ଚନ୍ଦ୍ରଶେଖରପୁର : ଲକ୍ଡାଉନ୍କୁ ମାସେ ପୂରିଲା। ଏବେ ଯାଏ ଅନେକ ବାହାର ରାଜ୍ୟ ଶ୍ରମିକ ରାଜଧାନୀର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ସେମାନଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ରାଜଧାନୀରେ ଏହାର ଦାୟିତ୍ବ ନେଇଛନ୍ତି ବିଏମ୍ସି କର୍ତ୍ତୃପକ୍ଷ। ମାତ୍ର ଶ୍ରମିକମାନଙ୍କ ନିକଟରେ ଏଯାବତ ପହଞ୍ଚି ପାରିନାହିଁ ଖାଦ୍ୟ ପଦାର୍ଥ। ଫଳରେ ଠିକାଦାର ଶ୍ରମିକମାନଙ୍କୁ ଛାଡ଼ି ଫେରାର ହୋଇଯାଇଥିବା ବେଳେ ସେମାନେ ଭୋକ ଉପାସରେ ହନ୍ତସନ୍ତ ହେଉଛନ୍ତି। ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ଧାର କରି ରୋଷେଇ ସାମଗ୍ରୀ ଆଣି କିଛି ଦିନ ଚଳିବା ପରେ ଏବେ ବାକିରେ ସାମଗ୍ରୀ ମିଳିବା ବନ୍ଦ ହୋଇଯାଇଛି। ଏପରି ପରିସ୍ଥିତିରେ ମଞ୍ଚେଶ୍ବର ଷ୍ଟେସନ୍ ନିକଟରେ ଫସି ରହିଛନ୍ତି ବିହାରରୁ ଆସିଥିବା ୨୨ଜଣ ଶ୍ରମିକ। ସେମାନେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କରି ନିରାଶ ହୋଇଛନ୍ତି। ସେମାନଙ୍କୁ ବିଏମ୍ସି ଖାଦ୍ୟ ଯୋଗଇବ ବୋଲି କହି ମୁହଁ ମୋଡ଼ିବା ପରେ ଆଜି କିଛି ସାମ୍ବାଦିକ ସେମାନଙ୍କ ନିକଟରେ ପହଞ୍ଚିଛନ୍ତି। ସେମାନେ ନିଜ ଖର୍ଚ୍ଚରୁ ଶ୍ରମିକମାନଙ୍କୁ ତେଜରାତି ସାମଗ୍ରୀ ଓ ଅନ୍ୟାନ ଖାଦ୍ୟ ଯୋଗାଇ ଦେଇଛନ୍ତି। ସାମ୍ବାଦିକ ସୌଭାଗ୍ୟ ପରିଡ଼ା, ବିଦ୍ୟାଧର ବାରିକ, ମାନସୀ ଶତପଥୀ, ନଳିନୀକାନ୍ତ ମହାନ୍ତି ଓ ଅସୁପ୍ରିତ ମହାନ୍ତି ଆଜି ସଂଧ୍ୟାରେ ବିହାରୀ ଶ୍ରମିକ ମୁଖିଆ ରମେଶ ସର୍ଦାର ଓ ରାଧେଶ୍ୟାମ ସର୍ଦାରଙ୍କୁ ଯୋଗାଯୋଗ କରି ମଞ୍ଚେଶ୍ବର ଷ୍ଟେସନ୍ ବଜାରରେ ପହଞ୍ଚି ସହାୟତାର ହାତ ବଢ଼ାଇଥିଲେ।
ମଞ୍ଚେଶ୍ବର ଷ୍ଟେସନ୍ରେ ଫସିଛନ୍ତି ବିହାରୀ ଶ୍ରମିକ, ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ
/sambad/media/post_attachments/wp-content/uploads/2020/04/mancheswar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)