ବିଆଇଆଇଟିଏମ୍‌’ର ବାର୍ଷିକ ଉତ୍ସବ ‘ଜସନ୍‌’ ଅନୁଷ୍ଠିତ

ଚନ୍ଦ୍ରଶେଖରପୁର: ଇନ୍‌ଫୋସିଟି ଛକରେ ଥିବା ବିଜୁ ପଟ୍ଟନାୟକ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଆଇଟି ଆଣ୍ଡ ମ୍ୟାନେଜ୍‌ମେଣ୍ଟ ଷ୍ଟଡିଜ୍‌ (ବିଆଇଆଇଟିଏମ୍‌) ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ‘ଜସନ୍‌’-୨୦୧୮ ଆଜି ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓ୍ଵାଲଟ୍‌ ଫର୍‌ େଓ୍ଵଲଥର୍‌’ର ଏମ୍‌ଡି ଶିକ୍ଷାବିତ୍‌ ତ୍ରିନାଥ ଲେଙ୍କା ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କୁଶଳୀ ହେବା ନେଇ ପରାମର୍ଶ ଦେଇଥିଲେ। ୟୁରୋଲିଙ୍କ ଲିମିଟେଡ୍‌ର ନିର୍ଦେଶକ ଇଂ. ସଂଜୟ ଚୌଧରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଶିକ୍ଷାର୍ଥୀମାନଙ୍କ ବିଭିନ୍ନ ପ୍ରକଳ୍ପ ବିଷୟରେ ଆଲୋକପାତ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ଇଂଜିନିୟର ପିଆର୍‌ ପଟ୍ଟନାୟକ ଓ ଅଧ୍ୟକ୍ଷ ପ୍ରଫେସର୍‌ ଡ. ପିକେ ତ୍ରିପାଠୀ ଓ ଡ. ବିକେ ବଳ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ଡ଼. ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତଥିମାନଙ୍କୁ ସହଯୋଗୀ ପ୍ରଫେସର୍‌ ସନ୍ଦର ରୋଜାରିଓ ଧନ୍ୟବାଦ ପ୍ରଦାନ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସଭା ପରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣକରିଥିଲେ।

ସମ୍ବନ୍ଧିତ ଖବର