ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନସ୍ଥ ବିଭିନ୍ନ କଲେଜର ସ୍ନାତକୋତ୍ତର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ ୫୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୪୧୧ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍ ହାର ୮୧.୦୭% ରହିଛି। ରମାଦେବୀ ବିଶ୍ୱବିଦ୍ୟାଳୟର ବାଇଓଟେକ୍ ବିଭାଗର ବିଜୟଲକ୍ଷ୍ମୀ ସାହୁ ୯.୦୯ ସିଜିପିଏ ରଖି ବିଶ୍ୱବିଦ୍ୟାଳୟ ଟପର୍ ହୋଇଛନ୍ତି। ସେହିପରି କମ୍ପ୍ୟୁଟର ସାଇନ୍ସରେ ଲିପିକା ସାହୁ ୮.୭୪ ସିଜିପିଏ, ଜୀବନ ବିଜ୍ଞାନରେ ସୌମ୍ୟାଶ୍ରୀ ପାତ୍ର ୮.୭୧, ବାଣିଜ୍ୟରେ ସନ୍ଦୀପା ସାହୁ ୮.୩୫, ଅର୍ଥନୀତିରେ ସ୍ୱାଗରିକା ସ୍ୱାଇଁ ୮.୦, ଇଂରାଜୀରେ ସୌମ୍ୟା ସୁରଭି ୮.୦୬, ଜେଣ୍ଡର ଷ୍ଟଡିଜ୍ରେ ପ୍ରିୟଙ୍କା ସାହୁ ୭.୭୯, ହିନ୍ଦୀରେ ଗାୟତ୍ରୀ ଦେବୀ ପାତ୍ର ୮.୧୮, ଓଡ଼ିଆରେ ଦୀପ୍ତିମୟୀ ସାହୁ ୮.୪୪ ସିଜିପିଏ ରଖିଛନ୍ତି। ଉପରୋକ୍ତ ସମସ୍ତ ଛାତ୍ରୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀ। ସେହିପରି ଶୈଳବାଳା ମହିଳା କଲେଜର ଆସିଫା ଆଫ୍ରୋଜ ଶିକ୍ଷାରେ ୮.୧୨ସିଜିପିଏ, ଇତିହାସରେ ସସ୍ମିତା ବିଶ୍ୱାଳ ୬.୯୧, ଗୃହ ବିଜ୍ଞାନରେ ମୀରା ମହାକୁଡ଼ ୮.୦, ରାଜନୀତି ବିଜ୍ଞାନରେ ରଶ୍ମିତା ସାହୁ ୬.୮୮, ମନସ୍ତତ୍ତ୍ୱ ବିଜ୍ଞାନରେ ପ୍ରିୟଙ୍କା ଆଚାର୍ଯ୍ୟ ୮.୫୯, ସଂସ୍କୃତରେ ମଧୁସ୍ମିତା ଜେନା ୮.୫୬, ସାମାଜିକ ବିଜ୍ଞାନରେ ଲିପି ମହାରଣା ୬.୯୪ ସିଜିପିଏ ରଖି ସେମାନଙ୍କ ବିଭାଗରେ ଟପର୍ ହୋଇଛନ୍ତି।
ବିଜୟଲକ୍ଷ୍ମୀ ଟପର୍
ରମାଦେବୀ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶ
/sambad/media/post_attachments/wp-content/uploads/2018/02/ramadevi-university.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)