ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଗୋଟିଏ ଗୁଳି ଜବତ ହୋଇଛି। ଗତକାଲି ଯାଞ୍ଚ ସମୟରେ ମିଳିଥିବା ଗୁଳି ସହ ଯାତ୍ରୀ ସତ୍ୟବ୍ରତ ସାମଲଙ୍କୁ ଏୟାରପୋର୍ଟ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ସତ୍ୟବ୍ରତଙ୍କ ଘର କେନ୍ଦ୍ରାପଡ଼ାରେ। ସେ ତାଙ୍କ ପତ୍ନୀଙ୍କ ସହ ଗତକାଲି ସକାଳ ୭ଟା ୫୫ରେ ଇଣ୍ଡିଗୋ ବିମାନରେ ଗୋଆ ଯିବାର ଥିଲା। ତାଙ୍କ ଭାଇ ରାଜସ୍ଥାନରେ ବିଏସଏଫ୍ ଯବାନ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କଠାରୁ ସେ ଏହି ଗୁଳି ଆଣିଥିବା ସ୍ବୀକାର କରିଥିଲେ। ଏହାକୁ ସେ ଲକେଟ୍ କରିବେ ବୋଲି ପୁଲିସ ଆଗରେ କହିଥିଲେ। ପୁଲିସ ଏକ ମାମଲା ରୁଜୁ କରିବା ସହ ସତ୍ୟବ୍ରତଙ୍କୁ ନୋଟିସ୍ କରି ଛାଡ଼ି ଦେଇଛି।
ବିମାନ ଯାତ୍ରୀଙ୍କଠାରୁ ଗୁଳି ଜବତ, ନୋଟିସ୍ କରି ଛାଡ଼ିଲା ପୁଲିସ
/sambad/media/post_attachments/wp-content/uploads/2020/09/fh898fh7sf98h7s98ffhsfhfhfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)