ବିଜୁ ପ୍ରତିଭା ସମ୍ମାନ: ୨୫ ମାଟ୍ରିକ୍‌ ମେଧାବୀଙ୍କୁ ଲାପଟପ୍ ପ୍ରଦାନ

ଭୁବନେଶ୍ବର: ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ ଆଜି ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା ଦଳ ସଂଯୋଜନାରେ ‘ବିଜୁ ପ୍ରତିଭା ସମ୍ମାନ-୨୦୨୨’ ୟୁନିଟ୍-୬ ସ୍ଥିତ ଲେବର୍ ସେଲ ଅଫିସର ପ୍ରେକ୍ଷାଳୟରେ ଆୟୋଜିତ ହୋଇଛି।

ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶ୍ରେଷ୍ଠ ୨୫ଜଣଙ୍କୁ ଲାପଟପ୍ ପ୍ରଦାନ କରିବା ସହ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଓଡ଼ିଶା ମୋ ପରିବାର ଆବାହକ ଅରୂପ ପଟ୍ଟନାୟକ, ବିିଧାୟକ ଦେବୀ ମିଶ୍ର, ପ୍ରଣବ ବଳବନ୍ତରାୟ, ଦେବୀ ରଞ୍ଜନ ତ୍ରିପାଠୀ, ବ୍ୟୋମକେଶ ରାୟ, ସଞ୍ଜୀବ ମଲିକ, ସୁନନ୍ଦା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଶେଷରେ ଓଡ଼ିଶା ମୋ ପରିବାରର ସଂଯୋଜକ ରୁଦ୍ର ସାମନ୍ତରାୟ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତାଙ୍କ ସହିତ ପ୍ରାୟ ସମସ୍ତ ଜିଲ୍ଲାର ଛାତ୍ର ସଭାପତି ଓ ଅନେକ ଛାତ୍ରନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର