ଭୁବନେଶ୍ୱର,: ମାର୍ଚ୍ଚ ୪ରେ ଅଷ୍ଟମ ରୁଚି ଫିଲ୍ମ ଫେୟାର ଆୱାର୍ଡସ୍-୨୦୧୭ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ। ଇଭେଣ୍ଟ ମ୍ୟାନେଜ୍ମେଣ୍ଟ ଗ୍ରୁପ୍ ‘ହ୍ଵାଇଟ୍ କାନ୍ଭାସ୍’ ଓ ମସଲା ଉଦ୍ୟୋଗ ‘ରୁଚି’ର ମିଳିତ ଉଦ୍ୟମରେ ଆୟୋଜିତ ଉତ୍ସବରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ତାଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ସହ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯିବ। ଏଥିସହ ୨୮ଟି ବିଭିନ୍ନ ବର୍ଗରେ ପୁରସ୍କାର ଦିଆଯିବ। ଲାଇଟ୍ବୟ ଫକୀର ସ୍ୱାଇଁଙ୍କୁ ସ୍ୱତନ୍ତ୍ର ପୁରସ୍କାର ବାବଦରେ ୫ ହଜାର ଟଙ୍କା ମିଳିବ।
ଚଳିତବର୍ଷ ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ। ହାସ୍ୟ ଅଭିନେତା ସୁନୀଲ ପାଲ୍, ମିସ୍ ଏସିଆ ପାସିଫିକ୍ ୱାର୍ଲ୍ଡ ବିଜେତା ସୃଷ୍ଟି ରାଣା ମଧ୍ୟ ଉତ୍ସବରେ ଯୋଗଦେବେ। ଏଥର ମଧ୍ୟ ୧୦ ଜଣ କର୍କଟ ପୀଡ଼ିତ ଶିଶୁଙ୍କୁ ଆର୍ଥିକ ସହାୟତା ସହ ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିବେଷିତ ହେବ। ଟେଲିଭିଜନ୍ ଓ ସିନେ କଳାକାରଙ୍କ ଦ୍ୱାରା ନୃତ୍ୟ, ଗୀତ ଓ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉତ୍ସବରେ ଯୋଗଦେବା ଲାଗି ଦର୍ଶକଙ୍କ ପାଇଁ ଫ୍ରି ପାସ୍ର ବ୍ୟବସ୍ଥା ରହିଛି। ପ୍ରାୟ ୬ ହଜାର ଦର୍ଶକ ବସିବାର ବ୍ୟବସ୍ଥା ହୋଇଛି ବୋଲି ଆଜି ହୋଟେଲ ସାଣ୍ଡିସ୍ ଟାଓ୍ଵାରଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡସ୍(ଓଫା)ର ପ୍ରତିଷ୍ଠାତା ଉଲ୍ଲାସ ବେହୁରା, ରୁଚିର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ, ଓଫାର ଉପଦେଷ୍ଟା ବାପୁ ଲେଙ୍କା, ନିର୍ଦ୍ଦେଶକ ସ୍ମୃତିଶକ୍ତି ସାମନ୍ତରାୟ, ଚିଣ୍ଟୁ ମିଶ୍ର, ସୌମ୍ୟଜିତ ପରିଡ଼ା, ଆବାହକ ଡ. ମନୋଜ ଦାସ, ମିଡିଆ ସଂଯୋଜକ ରବି ସ୍ୱାଇଁ ପ୍ରମୁଖ କହିଛନ୍ତି।
ବିଜୟ ମହାନ୍ତି ପାଇବେ ଜୀବନବ୍ୟାପୀ ସାଧନା ପୁରସ୍କାର
ମାର୍ଚ୍ଚ ୪ରେ ଓଡ଼ିଆ ଫିଲ୍ମ ଫେୟାର ଆଓ୍ଵାର୍ଡସ୍
/sambad/media/post_attachments/wp-content/uploads/2018/02/Bijay_Mohanty.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)