ବାଇକ୍‌ ଧକ୍କାରେ ମହିଳା ଗୁରୁତର

ବାଲିଅନ୍ତା: ଆଜି ସକାଳ ପ୍ରାୟ ୬ଟା ସମୟରେ ହଂସପାଳ-ଜୟଦେବ ପୂର୍ତ୍ତ ବିଭାଗ ରାସ୍ତାରେ ବାଇକ୍‌ ଧକ୍କାରେ ମର୍ଣ୍ଣିଂ ଓ୍ଵାକ୍‌ରେ ଯାଇଥିବା ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାମ ସୁନାରାଣୀ ସେଠୀ। ଘର ବାଲିଅନ୍ତା ଥାନା ଅନ୍ତର୍ଗତ ଅଣ୍ଡିଲୋ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ତୁରନ୍ତ ଚିକିତ୍ସା ଲାଗି ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତି କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ସୁନାରାଣୀ ଘରୁ ମର୍ଣ୍ଣିଂଓ୍ଵାକ୍‌ରେ ବାହାରି ସ୍ଥାନୀୟ ନିକୁଞ୍ଜବିହାରୀ କଲ୍ୟାଣମଣ୍ଡପ ନିକଟରେ ଯାଉଥିବା ବେଳେ ପଛପଟୁ ତାଙ୍କୁ ଏହି ବାଇକ୍‌ ଧକ୍କା ଦେଇ ଦ୍ରୁତବେଗରେ ପଳାଇଥିଲା ।

ସମ୍ବନ୍ଧିତ ଖବର