ବନମାଳିପୁର ହାଟରୁ ବାଇକ୍‌ ଚୋରି

ବନ୍ଧୁକ ମୁନରେ ଲୁଟି ନେଲେ ଟଙ୍କା ଓ ମୋବାଇଲ୍

ବାଲିପାଟଣା : ଆଜି ସଂଧ୍ୟାରେ ବନମାଳିପୁର ହାଟରୁ ଏକ ବାଇକ୍ ଚୋରି ହୋଇଯାଇଛି। ଏ ସମ୍ପର୍କରେ ବନମାଳିପୁର ଅମୃତମଣୋହୀ ପାଟଣା ଗ୍ରାମର ପ୍ରୀତିପ୍ରସନ୍ନ ସାହୁ ବନମାଳିପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି। ପ୍ରୀତିପ୍ରସନ୍ନଙ୍କ ତାଙ୍କ ବାଇକ୍‌ (ଓଡି୦୨ଏଜି-୫୦୧୩) ରଖି ହାଟ କରୁଥିବା ବେଳେ କେହି ଏହାକୁ ‌ଚୋରାଇ ନେଇଯାଇଥିଲା। ପ୍ରୀତିପ୍ରସନ୍ନ ହାଟରୁ ଫେରି ବହୁ ଖୋଜା ଖୋଜି ପରେ ଗାଡ଼ି ନପାଇ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ବନ୍ଧୁକ ମୁନରେ ଲୁଟି ନେଲେ ଟଙ୍କା ଓ ମୋବାଇଲ୍

ବାଲିପାଟଣା : ନିମାପଡ଼ା ବ୍ରାଞ୍ଚ କେନାଲର ହଂସପାଳ-ନିମାପଡ଼ା କେନାଲ ବନ୍ଧ ରାସ୍ତାର ଭଆଁରାଗଡ ଠାରେ ୩ଜଣ ଯୁବକ ବନ୍ଧୁକ ମୁନରେ ଲୁଟ୍‌ କରିଛନ୍ତି। ଗତକାଲି ରାତି ୧୧ଟା ସମୟରେ ଲକ୍ଷ୍ମୀଧର ପାତ୍ର ବନମାଳିପୁର ହାଟରୁ ନିଜ ଗ୍ରାମ ଭଅଁରାଗଡ଼କୁ ଫେରୁଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। କେନାଲ ବନ୍ଧ ରାସ୍ତାରେ ୩ ଜଣ ଯୁବକ କଳା ପଲସରରରେ ଆସି ଲକ୍ଷ୍ମୀଧରଙ୍କୁ ଅଟକାଇଥିଲେ। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୮ହଜାର ଟଙ୍କା, ମୋବାଇଲ, ୩ଟି ଏଟିଏମ୍ କାର୍ଡ ଛଡାଇ ନେଇ ଦ୍ରୁତଗତିରେ ହଂସପାଳ ଅଭିମୁଖେ ଚାଲିଯାଇଥିଲେ। ଏନେଇ ଲକ୍ଷ୍ମୀଧର ଆଜି ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର