ପୁରୁଣା ଭୁବନେଶ୍ୱର : ଘର ମାଲିକଙ୍କ ଦାମୀ ବାଇକ୍ ଚୋରି କରିବା ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲା, ଭଦ୍ରକ ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ଅଞ୍ଚଳର ସଇକେଶ ଦାଶ(୨୫)। ସେ ରୂପାଲି ଛକ ନିକଟ ଏକ ହୋଟେଲରେ କାମ କରେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ଥାନା ଅଧୀନ ମହାବୀର ନଗରରେ ସକିର ମହମ୍ମଦ ନାମକ ବ୍ୟକ୍ତି ସଇକେଶଙ୍କୁ ଭଡ଼ାରେ ରଖିଥିଲା। ସେ ଘର ଛାଡ଼ିବା କିଛି ଦିନ ପରେ ସକିରଙ୍କ ୧ଲକ୍ଷ ୩୦ହଜାର ଟଙ୍କାର ଏକ ଦାମୀ ବାଇକ୍ ଚୋରି ହୋଇଥିଲା। ଚୋରି ଘଟଣା ନେଇ ସକିର ଥାନାରେ ଅଭିଯୋଗ ପରେ ପୁଲିସ ଅନୁସନ୍ଧାନ କରି ସଇକେଶଙ୍କୁ ରୂପାଲି ଛକରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ଘରେ ଭଡ଼ା ରହି ବାଇକ୍ ଚୋରି, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2020/08/youth-arrested-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)