ଭୁବନେଶ୍ବର: ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀକୁ ରାଷ୍ଟ୍ରୀୟ ଏକତା ସପ୍ତାହ ରୂପେ ପାଳନ କରାଯାଉଛି। ଏହି ଉପଲକ୍ଷେ ଭୁବନେଶ୍ବର ସିଆର୍‌ପିଏଫ୍ ଗ୍ରୁପ୍ ସେଣ୍ଟର୍ ପକ୍ଷରୁ ୩ଦିନ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ସିଆର୍‌ପିଏଫ୍ ପକ୍ଷରୁ ସାଇକେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ୫୦୦ରୁ ଊର୍ଦ୍ଧ୍ବ ଯବାନଙ୍କୁ ନେଇ ବାଇକ୍‌ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା।

Advertisment

ଯବାନମାନେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରାୟ ୭୫କିମି ବାଇକ୍‌ରେ ପରିକ୍ରମା କରିଥିଲେ। ରାଷ୍ଟ୍ରୀୟ ଏକତାକୁ ଅଧିକ ଦୃଢ଼ କରିବା ପାଇଁ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିବା ସିଆର୍‌ପିଏଫ୍‌ ଆଇଜି ସଂଗ୍ରାମ କେଶରୀ ମହାନ୍ତି, ଡିଆଇଜି ଏମ୍. ରଘୁରାମ, ଜେପିକେ ରାୟ ଓ ରାଜୀବ ରାୟ ସୂଚନା ଦେଇଛନ୍ତି।