ମଦ ବନ୍ଦ କର ନହେଲେ ନିର୍ବାଚନରେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ: ମଦମୁକ୍ତି ଯୁବବାହିନୀ

ଭୁବନେଶ୍ୱର: ମଦମୁକ୍ତି ଯୁବବାହିନୀ ପକ୍ଷରୁ ଓଡିଶାରୁ ମଦ ହଟାଯିବା ଦାବିରେ ରାଜଧାନୀରେ ଏକ ବାଇକ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ସଙ୍ଗଠନର ଶତାଧିକ କାର୍ଯ୍ୟକର୍ତ୍ତା ରାଜଧାନୀର ବିଭିନ୍ନ ଅଞ୍ଚଳ ଗସ୍ତ କରି ମଦର ଭୟାଭୟତା ଏବଂ ଏହାର ସମ୍ପ୍ରସାରଣରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ବିଷୟରେ ଲୋକ ମାନଙ୍କୁ ଜଣାଇଥିଲେ। ଶୋଭାଯାତ୍ରାର ଶେଷରେ ଏକ ଜ୍ଞାପନ ଅବକାରୀ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଦିଆଯାଇଥିଲା। ସଙ୍ଗଠନ ପକ୍ଷରୁ ମଦବିରୋଧି ଆଇନ୍‌ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଥିଲା। ମଦ ବନ୍ଦକର ନହେଲେ ନିର୍ବାଚନରେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ ବୋଲି ଚେତାବନୀ ଦିଆଯାଇଛି।

ମଦମୁକ୍ତି ଯୁବବାହିନୀ ଗଠନର ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆୟୋଜିତ ଏହି ବାଇକ୍‌ ରାଲିରେ ସଙ୍ଗଠନର ବିଭିନ୍ନ ଜିଲ୍ଲାର କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ ସଙ୍ଗଠନ ପକ୍ଷରୁ ଆସନ୍ତା ନିର୍ବାଚନ ଆଚରଣ ବିଧିଲାଗୁ ହେବା ପୂର୍ବରୁ ଓଡିଶାକୁ ମଦମୁକ୍ତ ଘୋଷଣା କରାଯିବା ସହ ଏହାର କାର୍ଯ୍ୟକାରୀ କରାଯିବା ପାଇଁ ଅବକାରୀ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଏହି ଯାତ୍ରା ମାଧ୍ୟମରେ କାର୍ଯ୍ୟକର୍ତ୍ତାମାନେ ମଦବିରୋଧି ବିଭିନ୍ନ ସ୍ଲୋଗାନ ମାନ ଦେବା ସହ ରାଜ୍ୟରେ ଏହାର ପ୍ରସାରରେ ସରକାରଙ୍କ ସିଧା ସଂମ୍ପୃକ୍ତି ବିଷୟରେ ଲୋକ ମାନଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ ସୂଚନା ଦେଇ ଶ୍ରୀଯୁକ୍ତ ସତ୍ୟବ୍ରତ ପୃଷ୍ଟି ଆବାହକ ମଦମୁକ୍ତି ଯୁବବାହିନୀ କହିଛନ୍ତି ଯେ, ‘ମଦ ଦ୍ୱାରା ଓଡିଶାରେ ହଜାର ହଜାର ଗାଁ ଏବଂ ଲକ୍ଷ ଲକ୍ଷ ପରିବାର ଉଜୁଡି ଯାଉଛି। ଏହି ଅବସରରେ ମଦମୁକ୍ତ ଯୁବବାହୀନି ପକ୍ଷରୁ ଶ୍ରୀଯୁକ୍ତି ତାରାକାନ୍ତ ନାୟକ, ଲଲାତେନ୍ଦୁ ପାତ୍ର, ରାଜେଶ କୁମାର ଦେଓ, ସମାଷ ଷଢଙ୍ଗୀ, ପ୍ରିତୀ ନାୟକ, ଅଭିଜିତ ପାତ୍ର, ମଳୟ ତ୍ରିପାଠୀ, କାହ୍ନଚରଣ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର