ଧଉଳି : ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ରେବତୀନଗର ନିକଟରେ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଳଙ୍ଗା ଥାନା ଅଞ୍ଚଳର ସନ୍ତୋଷ କୁମାର ପଣ୍ଡା(୩୫)। ଏକ ଦ୍ରୁତଗାମୀ କାର୍ ସନ୍ତୋଷଙ୍କ ବାଇକ୍କୁ ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ସେହିପରି ଏହି ଦୁର୍ଘଟଣାରେ ଆହତ ଛାତ୍ର ହେଲେ ଜେମାଦେଇ ଉଚ୍ଚ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ଶୁଭମ ନାୟକ। ସୂଚନାନୁସାରେ କଟକ ଅଭିମୁଖେ ଯାଉଥିବା ସନ୍ତୋଷଙ୍କୁ ଏକ ଦ୍ରୁତଗାମୀ କାର୍ ପଛରୁ ଧକ୍କା ଦେବାରୁ ସେ ଭାରସାମ୍ୟ ହରାଇଥିଲେ। ଏହା ପରେ ସେ ଜେମାଦେଇ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭମ୍ଙ୍କ ସହ ପିଟି ହେବା ସହ ପରେ ରାସ୍ତାକଡ଼ରେ ଥୁଆ ହୋଇଥିବା ଏକ ମିନିଟ୍ରକ୍ରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଧଉଳି ଥାନା ପୁଲିସ ଉଭୟ ସନ୍ତୋଷ ଓ ଶୁଭମ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲା। ମାତ୍ର ସେଠାରେ ଡାକ୍ତର ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ।
କାର୍ ଧକ୍କାରେ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2022/11/Accident_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)