ଭୁବନେଶ୍ୱର : ରବିବାର ସକାଳେ ଏଜି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କ୍ୟାପିଟାଲ ଥାନା ବାପୁଜୀନଗର ତ୍ରିନାଥ ମନ୍ଦିର ନିକଟରେ ରହୁଥିବା ସାହାଜାନ୍ ମହମ୍ମଦ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ପଛପଟୁ ତାଙ୍କୁ ଏକ କାର୍ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା କାର୍ ଚାଳକଙ୍କୁ କ୍ୟାପିଟାଲ ଥାନା ପୁଲିସ ଅଟକ ରଖିଛି।
ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ
/sambad/media/post_attachments/wp-content/uploads/2020/09/31kihun02-accki01bikeaccident.jp_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)