ପରିତ୍ୟକ୍ତ ମୋରମ୍ ଖାଦାନରୁ ବାଇକ୍‌ ଜବତ

ଖଣ୍ଡଗିରି : ରବିବାର ଅପରାହ୍‌ଣରେ ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ପୁଲିସ ଗ୍ରାମଡିହ ଗାଁର ପରିତ୍ୟକ୍ତ ମୋରମ୍‌ ଖାଦାନରୁ ଏକ ବାଇକ୍‌ ଜବତ କରିଛି। ବାଇକ୍‌ (ଓଡି୧୩ଜେ-୫୦୧୩)ର ରେଜିଷ୍ଟ୍ରେସନ୍ ରେକର୍ଡ ଅନୁସାରେ ତାହା ପୁରୀର ସୁବାସ ନାୟକଙ୍କ ନାମରେ ରହିଛି। ମେଣ୍ଢାଶାଳ ଫାଣ୍ଡି ପୁଲିସ ପୁରୀ ପୁଲିସ ସହଯୋଗରେ ସୁବାସଙ୍କୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛି। ପୁରୀର ଏହି ବାଇକ୍‌ଟି ଗ୍ରାମଡିହ ହାଇସ୍କୁଲ ପଛ ମୋରମ୍‌ ଖାଦାନକୁ କିଭଳି ଆସିଲା, ତାହାକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଛି। ବାଇକ୍‌ଟି ଚୋରି ହୋଇଥିବା ନେଇ ପୁଲିସ ସନ୍ଦେହ କରୁଛି। ତେଣୁ ପୁରୀର ବିଭିନ୍ନ ଥାନାକୁ ଉକ୍ତ ଗାଡ଼ିର ନମ୍ବର ପଠାଇଛି। ତେବେ ବାଇକ୍‌ ଚୋର ମୋରମ୍‌ ଖଣିରେ କ’ଣ ପାଇଁ ଗାଡ଼ି ଛାଡ଼ି ପଳାଇବ ବୋଲି ପ୍ରଶ୍ନ ଉଠୁଛି। ବାଇକ୍‌ ମାଲିକ ସୁବାସଙ୍କର କିଛି ଅଘଟଣ ଘଟିଥିବା ଆଶଙ୍କାକୁ ନେଇ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।

ସମ୍ବନ୍ଧିତ ଖବର