ରାଜଧାନୀରେ ମାତିଛନ୍ତି ବାଇକ୍‌ ଲୁଟେରା, ସତର୍କ ନ ରହିଲେ ଚୋରି ହୋଇଯିବ ଆପଣଙ୍କର ଗାଡ଼ି

ଭୁବନେଶ୍ବର: ରାଜଧାନୀରେ ବାଇକ୍‌ ଲୁଟେରା ମାତିଛନ୍ତି। ରାସ୍ତାକଡ଼, ସପିଂ ମଲ୍‌ ପାଖରେ, ବଜାର, ଗଳି କନ୍ଦିରେ ବାଇକ୍‌ ରଖିଥିଲେ, କେତେ‌ ବେଳେ ଚୋରି ହୋଇଯିବ ଜାଣିପାରିବେ ନାହିଁ। ତେଣୁ ସତର୍କ ନ ରହିଲେ ଆପଣଙ୍କର ବାଇକ୍‌ ଚୋରି ହୋଇଯାଇ ପାରେ। କାରଣ ପୁଲିସଙ୍କ ଠାରୁ ଚୋରଙ୍କ ବୁଦ୍ଧି କମ୍‌ ନୁହେଁ। ପୁଲିସ ଡାଳେ ଡାଳେ ଗଲେ, ଚୋର ପତ୍ରେ ପତ୍ରେ ଯାଉଛନ୍ତି। କିନ୍ତୁ ସବୁବେଳେ ଚୋର ପାଇଁ ଅନ୍ଧାର ରାତିଟା ଶୁଭ ହୋଇ ନଥାଏ। ସୂଚନା ଓ ପ୍ରଯୁକ୍ତିବିଦ୍ୟା ବଳରେ ଲୁଟେରା ମାନେ ପୁଲିସ କବଳରୁ ଖସି ପାରୁନାହାନ୍ତି।। ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଚୋରି କରୁଥିବା ଲୁଟେରା କମିସନରେଟ ପୁଲିସ ହାତରେ ଧରାପଡ଼ିଛି। ମୁହଁରେ ମାସ୍କ, ମୁଣ୍ଡରେ ଟୋପି ଲଗେଇ ସହଜରେ ଚୋରି କରି ନେଉଥିଲା ଗାଡି । ମେଡ଼ିକାଲ, ସପିଂ ମଲ୍‌  ଆଦି ବିଭିନ୍ନ ଭିଡ଼ ସ୍ଥାନରୁ ଟାର୍ଗେଟ କରି ଚୋରି କରୁଥିଲା ଗାଡି।  ପୁଲିସ ସିସିଟିଭିରୁ ଯାଞ୍ଚ କରି ଚୋରକୁ ବାନ୍ଧିବାରେ ସଫଳ ହୋଇଛି।

ମଞ୍ଚେଶ୍ୱର ଥାନାରେ କେନ୍ଦ୍ରାପଡାର ଜଣେ ଚୋରକୁ ଅଟକ ରଖି ପଚରା ଉଚୁରା କରୁଛି ପୁଲିସ । ଅନ୍ୟପଟେ ଏହି କୁଖ୍ୟାତ ଚୋରର ଏକ ବଡ଼ ଗ୍ୟାଙ୍ଗ ଥିବା ସହ ରାଜଧାନୀର ଏକାଧିକ ଗାଡି ଚୋରି ଘଟଣାରେ ଏମାନଙ୍କର ସମ୍ପୃକ୍ତି ଅଛି ବୋଲି ସୂଚନା ମିଳିଛି । ଚୋରକୁ ଅଟକ ରଖି ଅଧିକ ପଚରା ଉଚୁରା କରୁଛି ମଞ୍ଚେଶ୍ୱର ଥାନା ପୁଲିସ।

ସମ୍ବନ୍ଧିତ ଖବର