ଭୁବନେଶ୍ବର: ସହିଦନଗର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲ ପାର୍କିଂସ୍ଥଳରୁ ଏକ ବାଇକ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ସଂପର୍କରେ ଯାଜପୁରର ହିମାଂଶୁ ଶେଖର ଦୋରା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୩ ତାରିଖରେ ସେ ଏହି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ସଂପର୍କୀଙ୍କୁ ଦେଖା କରିବାକୁ ଆସିଥିଲେ। ବାଇକ୍କୁ ହସ୍ପିଟାଲର ପାର୍କିଂସ୍ଥଳରେ ରଖିଥିଲେ। ତେବେ ଫେରିବା ବେଳକୁ ତାଙ୍କ ବାଇକ୍ ନଥିଲା। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରିବା ସହ ହସ୍ପିଟାଲରେ ଲାଗିଥିବା ସିସିଟିଭିରୁ ଚୋରକୁ ଚିହ୍ନଟ କରିଛି। ଖୁବ୍ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ୍ କହିଛି।
ହସ୍ପିଟାଲ ପାର୍କିଂରୁ ବାଇକ୍ ଚୋରି: ସିସିଟିଭିରେ ଚୋର
/sambad/media/post_attachments/wp-content/uploads/2021/04/5456h465f4h56fs4h56sf4h56fshfshhshf.jpg)