ଭୁବନେଶ୍ବର: ଗତ ସପ୍ତାହେ ମଧ୍ୟରେ ଏମ୍ସ କ୍ୟାମ୍ପସ୍ରୁ ୩ଜଣ ରୋଗୀ ସଂପର୍କୀୟଙ୍କ ବାଇକ୍ ଚୋରି ହୋଇଛି। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲେ ବି ଗୋଟିଏ ବି ମାମଲାରେ ପୁଲିସ ସଫଳତା ପାଇନାହିଁ। ଗତ ୧୪ ତାରିଖରେ ସତ୍ୟସାଇ ଏନକ୍ଲେଭ୍ର ସଂଜୀବ କୁମାର ରାଉତ ଅପରାହ୍ଣରେ ଏମ୍ସକୁ ଯାଇଥିଲେ। ପାର୍କିଂରେ ଗାଡ଼ି ରଖି ସେ ହସ୍ପିଟାଲ୍ ଭିତରକୁ ଯାଇଥିଲେ। କାମ ସାରି ରାତି ପ୍ରାୟ ୧୦ଟା ବେଳକୁ ଫେରିବା ବେଳକୁ ପାର୍କିଂରେ ଗାଡ଼ି ନଥିଲା। ଏନେଇ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀଙ୍କୁ ଗାଡ଼ି ବାବଦରେ ପଚାରିଥିଲେ ହେଁ କୌଣସି ଉତ୍ତର ଦେଇପାରି ନଥିଲେ। ଶେଷରେ ତାଙ୍କ ଗାଡ଼ି ଚୋରି ହୋଇଥିବା ଜାଣିଥିଲେ। ଏହିଭଳି ଗତ ୧୬ତାରିଖ ଜୀବନ ଜ୍ୟୋତି ଓ ୧୦ତାରିଖ ପ୍ରମୋଦ ପଣ୍ଡାଙ୍କ ବାଇକ୍ ଚୋରି ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। କିଛି କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ବାଇକ୍ ଚୋରି ହେଉଥିବାରୁ ଅଭିଯୋଗକାରୀ ସେମାନଙ୍କ ସଂପୃକ୍ତି ଥିବା ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି। ଖଣ୍ଡଗିରି ପୁଲିସ ୩ଟି ଯାକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ସପ୍ତାହକରେ ଏମ୍ସ କ୍ୟାମ୍ପସ୍ରୁ ୩ ବାଇକ୍ ଚୋରି, ସନ୍ଦେହରେ ସୁରକ୍ଷାକର୍ମୀ
/sambad/media/post_attachments/wp-content/uploads/2022/04/aiims-balesore.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)