ଜଟଣୀ: ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅନ୍ତର୍ଗତ ମୋଟରି ଷ୍ଟେସନ ନିକଟସ୍ଥ ଦୟା ନଦୀ ପୋଲ ଉପରେ ଆଜି ଏକ ବାଇକ୍କୁ ମେମୁ ଟ୍ରେନ୍ ଧକ୍କା ଦେଇଛି। ଏଥିରେ ଡେଲାଙ୍ଗ ଥାନା ଅନ୍ତର୍ଗତ ନିମପୁର ଗ୍ରାମର ପ୍ରକାଶ ଓରଫ ବିଶ୍ବନାଥ ଜେନା (୪୨)ଙ୍କ ମୃତ୍ୟୁ ଘଟିଛି। ସେ ବାଇକ୍ରେ ପୋଲ ପାରି ହେଉଥିବା ବେଳେ ପୁରୀ କଟକ ଯାତ୍ରୀବାହୀ ମେମୁ ଟ୍ରେନ୍ଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଟଣୀ ଖୋର୍ଦ୍ଧା ରୋଡ୍ ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ପଞ୍ଚନାମା ପରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରି ପରିବାରଲୋକଙ୍କୁ ହସ୍ତାନ୍ତର କରିଛନ୍ତି ବୋଲି ଥାନା ଅଧିକାରୀ ସନ୍ତୋଷ କୁମାର ବାହିନୀପତି କହିଛନ୍ତି। ଅପରପକ୍ଷେ ସକାଳ ସାଢ଼େ ୯ଟା ବେଳେ ମୃତ ପ୍ରକାଶ ସହିତ ଅନ୍ୟ ଦୁଇଟି ମୋଟର ସାଇକେଲ୍ରେ ମଧ୍ୟ ୨ଜଣ ଯାଉଥିଲେ। ଏହି ଟ୍ରେନ୍ ଧକ୍କାରେ ସେମାନଙ୍କ ମୋଟର ସାଇକେଲ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ସେମାନେ ମଧ୍ୟ ଆହତ ହୋଇଛନ୍ତି। ନିକଟରେ ଥିବା କିଛି ଲୋକଙ୍କ ସହାୟତାରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।
ବାଇକ୍କୁ ଧକ୍କା ଦେଲା ଟ୍ରେନ୍, ଯୁବକ ମୃତ
/sambad/media/post_attachments/wp-content/uploads/2020/03/hjguytfyfgfghdydtyfdhdghdfgh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)