ବାଲିଅନ୍ତା : ବାଳକାଟି ଫାଣ୍ଡି ଅଧୀନ ଚାରିମାଣିଆ (ରଥିଜେନା) ଗ୍ରାମରେ ନିଆଁ ଲାଗି ଏକ ବାଇକ୍ ଜଳି ଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ଏପରି କାଣ୍ଡ କରିଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏ ସଂପର୍କରେ ଗ୍ରାମର ରାଜେନ୍ଦ୍ର ସାହୁ (ରାଜା) ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ କରିବାରୁ ପୁଲିସ୍ ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ରାଜେନ୍ଦ୍ରଙ୍କ ସ୍ଥାନୀୟ ଅଜାଣେଶ୍ବର ବଜାରରେ ଏକ ଟାଟୁ ଦୋକାନ ଅଛି। ଗତକାଲି ଘରକୁ ଫେରି ସେ ବାଇକ୍କୁ ଘର ଦୁଆରମୁହଁରେ ରଖିଥିଲେ। ତେବେ ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଲୋକଙ୍କ ପାଟି ଣୁଣି ସେ ପଦାକୁ ଆସିବା ବେଳକୁ ତାଙ୍କ ବାଇକ୍ ଜଳୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। କିନ୍ତୁ ସେତେବେଳକୁ ଗାଡ଼ିର ଅଧିକାଂଶ ଅଂଶ ପୋଡ଼ି ଯାଇଥିଲା। ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାରୁ କେହି ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।
ପୂର୍ବ ଶତ୍ରୁତାରୁ ବାଇକ୍ ପୋଡ଼ିଦେଲେ
/sambad/media/post_attachments/wp-content/uploads/2021/02/balianta-bike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)