ବୀଣାପାଣି ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର: ‘ସମ୍ବାଦ’ର ବରିଷ୍ଠ ସାମ୍ବାଦିକ ସିଦ୍ଧାର୍ଥ ମହାପାତ୍ରଙ୍କ ମା’ ବୀଣାପାଣି ମହାପାତ୍ରଙ୍କ ଲକ୍ଷ୍ମୀବିହାରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳଙ୍କୁ ତାଙ୍କୁ ୮୨ବର୍ଷ ହୋଇଥିଲା। ସ୍ବର୍ଗତଃ ମହାପାତ୍ର ଜଣେ ସୁନାମଧନ୍ୟ ଅନୁବାଦକ ଥିଲେ। ସୁସ୍ମିତା ବନ୍ଦାପାଧ୍ୟାୟଙ୍କ ମୂଳଲେଖା କାବୁଲି ବାଲା ବଙ୍ଗାଳୀ ବଧୂ ଓ ତାଲିବାନ, ଆଫଗାନ ଓ ମୁଁ ଏବଂ ବେବି ହାଲଦାରଙ୍କ ଆଲୁଅ ଅନ୍ଧାରକୁ ସେ ଓଡ଼ିଆରେ ଅନୁବାଦ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ତାଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା। ସ୍ବର୍ଗତଃ ମହାପାତ୍ରଙ୍କ ବଡ଼ପୁଅ ଦେବବ୍ରତ ମହାପାତ୍ର ନାଲକୋରେ ନିର୍ବାହୀ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ଜ୍ବାଇଁ ଭାବା ଆଟୋମିକ ସେଣ୍ଟରରେ ସାଇଣ୍ଟିଫିକ୍ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର