ଭୁବନେଶ୍ବର: ଅବସରପ୍ରାପ୍ତ ପ୍ରଶାସକ ବିନୟ ଭୂଷଣ ମିଶ୍ରଙ୍କ ଆଜି ସକାଳ ୬ଟାରେ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁଶଯ୍ୟା ନିକଟରେ ବଡ଼ପୁଅ ବିଭାଜିତ୍, ସାନପୁଅ ବ୍ୟୋମଜିତ୍, ସାନ ଜ୍ବାଇଁ ତଥା ରାଜ୍ୟ ମୁଖ୍ୟ ସୂଚନା କମିସନର୍ ଜଳଦ ତ୍ରିପାଠୀଙ୍କ ସମେତ ପରିବାରସଦସ୍ୟ ଉପସ୍ଥିତ ଥିଲେ। ସ୍ଥାନୀୟ ସତ୍ୟନଗର ଶ୍ମଶାନଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।
ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ପରିଚିତ ଓ ଶୁଭେଚ୍ଛୁଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୧୯୩୯ ଫେବ୍ରୁଆରି ୫ ତାରିଖରେ ତାଳଚେରର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମିତ ବିନୟ ଭୂଷଣ ପ୍ରଶାସନିକ ସେବାରେ ନିଷ୍ଠାର ସହ ଦାୟିତ୍ବ ନିର୍ବାହ କରିଥିଲେ। ସାଂଗଠନିକ ଦକ୍ଷତା ନିମନ୍ତେ କିଛି ସମୟ ପାଇଁ ସେ ଓଏଏସ୍ ଅଫିସର୍ସ ସଂଘ ସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/37-12.jpg)