ଭୁବନେଶ୍ୱର : ରାମମନ୍ଦିର ସ୍ଥାପନ ନିମନ୍ତେ ଭୂମି ପୂଜନ ପାଇଁ ପବିତ୍ର ପୁଷ୍କରିଣୀ ବିନ୍ଦୁ ସାଗରର ପାଣି ପଠାଯାଇଛି। ମା’ ଜାଗେଶ୍ବରୀ ଯୁବ ସଂଗଠନ ଏବଂ ଓଡ଼ିଶା ସ୍ବାଭିମାନ ଓ ଭାରତ ରକ୍ଷା ମଞ୍ଚ ପକ୍ଷରୁ ଏକ ପାତ୍ରରେ ଏହି ପବିତ୍ର ତୀର୍ଥଜଳ ସ୍ପିଡ୍ ପୋଷ୍ଟ ଜରିଆରେ ପଠାଯାଇଛି। ଅନନ୍ତ ବାସୁଦେବ ଘାଟରେ ଏକ ଯଜ୍ଞର ଆୟୋଜନ ପରେ ଏହି ତୀର୍ଥଜଳ କମଣ୍ଡଳରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟି ତଥା ମହନ୍ତ ନୃତ୍ୟଗୋପାଳ ଦାସଙ୍କ ନିକଟକୁ ପ୍ରେରଣ କରାଯାଇଛି। ସଂଗଠନର ସଭାପତି ପ୍ରଫୁଲ୍ଲ ସ୍ବାଇଁ କହିଛନ୍ତି, ବିନ୍ଦୁସାଗରର ଜଳ ସବୁଠୁ ପବିତ୍ର। ଏହା ସମସ୍ତ ପବିତ୍ର ଜଳାଶୟର ବୁନ୍ଦାବୁନ୍ଦା ଜଳରୁ ସୃଷ୍ଟି। ଏହି ଜଳ ଭୂମିପୂଜନ ବେଳେ ଦିଆଯିବା ଅର୍ଥ ସମଗ୍ର ଦେଶର ପବିତ୍ର ପୁଷ୍କରିଣୀର ଜଳ ବ୍ୟବହାର ହେବା ସାଙ୍ଗେ ସମାନ। ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲଙ୍କ ସମେତ ଅନିଲ୍ ଧୀର୍, ରାଜେଶ ଅଗ୍ରୱାଲ୍ ପ୍ରମୁଖ ସାମିଲ୍ ହୋଇଥିଲେ। ଯଦିଓ ସଦସ୍ୟମାନେ ପ୍ରତ୍ୟକ୍ଷ ଭାବେ ଅଯୋଧ୍ୟାକୁ ଜଳ ନେଇ ଯିବାକୁ ଅନୁମତି ମାଗିଥିଲେ, ମାତ୍ର ଏଥିପାଇଁ ପ୍ରଶାସନ ଅନୁମତି ଦେଇନାହିଁ।
ରାମମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ଗଲା ବିନ୍ଦୁସାଗର ପାଣି
/sambad/media/post_attachments/wp-content/uploads/2020/08/bindu-sagar-jala-photo-f.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)