ନୀଳ ପାଣିଟାଙ୍କି ବସ୍ତିରେ ବାୟୋ-ଟଏଲେଟ୍‌ ଭୂମିପୂଜା

ଭୁବନେଶ୍ବର: ବସ୍ତି ଅଞ୍ଚଳରେ ବାୟୋ-ଟଏଲେଟ୍‌ ନିର୍ମାଣ ପାଇଁ ଭୁବନେଶ୍ବର ରୋଟାରି କ୍ଲବ, ନ୍ୟୁ ହରାଇଜନ୍‌ ଓ ରୋଟାରି ଇ-କ୍ଲବ ଆଦିର ମିଳିତ ସହଯୋଗରେ ଆଜି ନୀଳ ପାଣିଟାଙ୍କି ବସ୍ତିଠାରେ ଭୂମିପୂଜା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏଠାରେ ମହିଳାଙ୍କ ପାଇଁ ୪ଟି ବାୟୋ-ଟଏଲେଟ୍‌ ନିର୍ମାଣ କରାଯିବ। ଏଭଳି ୧୦ଟି ବସ୍ତିରେ ସମୁଦାୟ ୪୦ଟି ବାୟୋ-ଟଏଲେଟ୍‌ ନିର୍ମାଣ ପାଇଁ ଏହି ପ୍ରକଳ୍ପରେ ସ୍ଥିର କରାଯାଇଛି। ରୋଟାରିଆନ୍‌ ଦେବାଶିଷ ମିଶ୍ରଙ୍କ ତତ୍ତ୍ବାବଧାନରେ ଏହି ଭୂମି ପୂଜା ସମ୍ପାଦିତ ହୋଇଛି। ଏହି ଅବସରରେ ରୋଟାରିଆନ୍‌ ତୋରୁଲତା ଦ୍ବିବେଦୀ ସ୍ବାଗତ ଭାଷଣ ଦେଇଥିଲେ। ରୋଟାରିଆନ୍‌ ଜୟଶ୍ରୀ ମହାନ୍ତି ‌ପ୍ରକଳ୍ପ ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ। ରୋଟାରିଆନ୍‌ ସୁଦୀପ ସେନ୍‌ ଲୋକମାନଙ୍କୁ ଏହାର ଟେକ୍‌ନିକାଲ୍‌ ବିଶେଷତ୍ବ ବିଷୟରେ ବୁଝାଇଥିଲେ। ଏହି ଅବସରରେ ଏଲ୍‌ଡବ୍ଲ୍ୟୁଏସ୍‌ଆଇର ସଂଯୋଜକ ମାନସୀ ଦାସ ଉପସ୍ଥିତ ଥିଲେ। ରୋଟାରିଆନ୍‌ ପୁରବି ଦାସ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର