ବ୍ୟାଙ୍କ ଶାଖାରେ ଦାଖଲ ହୋଇପାରିବ ବାୟୋମେଟ୍ରିକ ଜୀବନ ପ୍ରମାଣପତ୍ର

ଭୁବନେଶ୍ୱର : କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ସମସ୍ତ ପେନ୍‌ସନ୍‌ ଉପଭୋକ୍ତାଙ୍କୁ ନିଜ ନିଜ ବ୍ୟାଙ୍କ ଶାଖାରେ ପୂର୍ବ ପ୍ରଚଳିତ ଜୀବିତ ପ୍ରମାଣପତ୍ର ବଦଳରେ ବାୟୋମେଟ୍ରିକ ମେସିନ୍‌ ଦ୍ୱାରା ଡଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ସୂଚନା ପ୍ରଦାନ କରାଯଇଛି। କ୍ଷେତ୍ରୀୟ ଭବିଷ୍ୟନିଧି କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଜୀବନ ପ୍ରମାଣପତ୍ର ସଂଗ୍ରହ କରିବା ପାଇଁ ସମସ୍ତ ପେନସନ୍‌ ବିତରଣକାରୀ ବ୍ୟାଙ୍କକୁ ଜଣାଇ ଦିଆଯାଇଛି। ମୋବାଇଲରେ ମଧ୍ୟ ଇପିଏଫ୍‌ଓ ଉମଙ୍ଗ ଆପ୍‌ ଡାଉନଲୋଡ କରି ଡିଜିଟାଲ ଜୀବନ ପ୍ରମାଣପତ୍ର ଦିଆଯାଇପାରିବ। ଏଥିନେଇ କୌଣସି ସମସ୍ୟା ଥିଲେ ନିଜର ନାମ , ପିପିଓ ନଂ, ବ୍ୟାଙ୍କର ନାମ ଓ ଶାଖା ଆଦି ଉଲ୍ଲେଖ କରି ଡାକ ଯୋଗେ କ୍ଷେତ୍ରୀୟ ଭବିଷ୍ୟନିଧି କାର୍ଯ୍ୟାଳୟ, ଭୁବନେଶ୍ୱର କିମ୍ବା ro.bhubaneshwar@epfindia,gov.in ରେ ମେଲ୍‌ କରିପାରିବେ।

ସମ୍ବନ୍ଧିତ ଖବର