ଭୁବନେଶ୍ୱର: ଓଡ଼ିଶାରେ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣର ଜନକ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଧର୍ମପଦ ପୁରସ୍କାରରେ ସମ୍ମାନିତ ପ୍ରଖ୍ୟାତ ସ୍ଥପତି ବିପ୍ରଚରଣ ମହାନ୍ତିଙ୍କ ୧୦ମ ଶ୍ରାଦ୍ଧବାର୍ଷିକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶାସ୍ତ୍ରୀନଗରସ୍ଥିତ ବିଦ୍ୟୁତ ମାର୍ଗରେ ସ୍ଥାପିତ ଶିଳ୍ପୀଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବିପ୍ରଚରଣ ମହାନ୍ତି ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଧାୟକ ଅମର ପ୍ରସାଦ ଶତପଥୀ, ହାଉସିଂ ବୋର୍ଡ଼ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଖଲିକୋଟ ସରକାରୀ କଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଜୟନ୍ତ କୁମାର ଦାସ, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ସ୍ଥପତି ବିପ୍ରଚରଣଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷା ରୀତା ମହାନ୍ତି ଧନ୍ୟବାଦ ଅର୍ପଣ ସହ ବିପ୍ରଚରଣଙ୍କ ପ୍ରତିମୂର୍ତିସ୍ଥଳର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ଏହି ଅବସରରେ ଧଉଳି ଚାରୁକଳା ମହାବିଦ୍ୟାଳୟର ଛାତ୍ର ବିଶ୍ୱରଞ୍ଜନ ଦାସଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରାଯାଇଥିଲା।
ସ୍ଥପତି ବିପ୍ରଚରଣ ମହାନ୍ତିଙ୍କର ଶ୍ରାଦ୍ଧ ବାର୍ଷିକ
/sambad/media/post_attachments/wp-content/uploads/2019/08/cvdasvcadvacvavsavcavc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)