ମାର୍ଗଦର୍ଶୀ ଶିକ୍ଷାନୁଷ୍ଠାନ ହୋଇପାରିଛି ଜୁପିଟର: ବିରଞ୍ଚି ନାରାୟଣ ପଣ୍ଡା

ଜୁପିଟର୍‌ର ଯାତ୍ରା କିପରି ରହିଛି?

ବିଗତ ଶତାବ୍ଦୀର ଶେଷ ଦଶନ୍ଧିରେ ଓଡ଼ିଶାର +୨ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଘୋର ଅବ୍ୟବସ୍ଥା ଦେଖାଦେଇଥିଲା। ଟ୍ୟୁସନ, କୋଚିଂ ସେଣ୍ଟର ଓ କଲେଜକୁ ବୁଲିବୁଲି ଶିକ୍ଷାର୍ଥୀଙ୍କ ମୂଲ୍ୟବାନ ସମୟ ଓ ଅର୍ଥ ଅପଚୟ ହେଉଥିଲା। ଏଭଳି ସମୟରେ ଗୋଟିଏ ଛାତ ତଳେ ପାଠପଢ଼ା ସାଙ୍ଗକୁ କୋଚିଂର ପରିକଳ୍ପନା କରିଥିଲି। ଓଡ଼ିଶାର ପ୍ରଥମ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ ରୂପେ ୨୦୦୨ ମସିହାରେ ଜୁପିଟର ବିଜ୍ଞାନ ମହାବିଦ୍ୟାଳୟ ଜନ୍ମ ନେଇଥିଲା ଯାହାକି, ଆଜି ଜୁପିଟର ଉଚ୍ଚ ମାଧ୍ୟମିକ ସ୍କୁଲ୍ ଭାବେ ପରିଗଣିତ। ଉଚ୍ଚମାନର ଶିକ୍ଷାଦାନ ପଦ୍ଧତି, ଅଭିଭାବକ ମାନଙ୍କର ଉତ୍ସାହକୁ ସାଙ୍ଗରେ ନେଇ ଜୁପିଟର ମହାବିଦ୍ୟାଳୟ ଆଜି ଭୁବନେଶ୍ୱର ଠାରେ ଗୋଟିଏ ଯୁକ୍ତ ତିନି ଡିଗ୍ରି ମହାବିଦ୍ୟାଳୟ ଓ ଏକ ଇଂରାଜୀ ମାଧ୍ୟମ ସ୍କୁଲ୍ ‘ଜୁପିଟର ପବ୍ଲିକ ସ୍କୁଲ୍’ ନାମରେ ସ୍ଥାପନ କରିଛି। ୨୦୧୯ରେ ଏହି ସ୍କୁଲରେ ଏକାଦଶ ଶ୍ରେଣୀ ଖୋଲିବା ନେଇ ପ୍ରସ୍ତୁତି ସରିଛି।

ଜାତୀୟସ୍ତରର ପରୀକ୍ଷା ଗୁଡ଼ିକରେ ଜୁପିଟରର ପ୍ରଦର୍ଶନ କିଭଳି ରହିଛି?
ଯୁକ୍ତ ଦୁଇ ବୋର୍ଡ ପରୀକ୍ଷାରେ ବିଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ହେଲା ଜୁପିଟର ମହାବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଆସୁଛି। ବୋର୍ଡ ପରୀକ୍ଷାରେ ବର୍ତ୍ତମାନ ଶତକଡ଼ା ଶହେ ପ୍ରତିଶତ ସଫଳତା ଲାଭ କରିବା ସହ ଆଇଆଇଟି-ଜେଇଇ ମେନ୍ ଏବଂ ନିଟ୍‌ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଅନେକ ଜାତୀୟ ସ୍ତରର ସରକାରୀ ଇଂଜିନିୟରିଂ ଏବଂ ମେଡିକାଲ କଲେଜରେ ଅଧ୍ୟୟନ କରୁଛନ୍ତି। ଉଚ୍ଚମାନର ଶିକ୍ଷାଦାନ ଯୋଗୁ ଜୁପିଟର ଶିକ୍ଷାଜଗତରେ ଏକ ମାର୍ଗଦର୍ଶୀ ଅନୁଷ୍ଠାନର ମାନ୍ୟତା ଲାଭ କରିପାରିଛି।

ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ କିଛି ବୃତ୍ତି ପ୍ରଦାନ ଯୋଜନା ରହିଛି କି?
ହଁ, ଜୁପିଟର ବିଜ୍ଞାନ ମହାବିଦ୍ୟାଳୟ ବଳରାମ ପଣ୍ଡା ମେମୋରିଆଲ୍ ଚାରିଟେବୁଲ ଟ୍ରଷ୍ଟ ମାଧ୍ୟମରେ ବୃତ୍ତି ପ୍ରଦାନ ପୂର୍ବକ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଲାଭ ନିମନ୍ତେ ଉତ୍ସାହିତ କରିଆସୁଛି ।

ଜୁପିଟର ଅନ୍ୟମାନଙ୍କ ତୁଳନାରେ କିଭଳି ପୃଥକ୍?
ଜୁପିଟର ବିଜ୍ଞାନ ଆବାସିକ ମହାବିଦ୍ୟାଳୟର ସ୍ୱତନ୍ତ୍ର ଶିକ୍ଷାଦାନ ପ୍ରଣାଳୀ, ମହାବିଦ୍ୟାଳୟରେ ପ୍ରବେଶ ହୋଇଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ‘ବ୍ରିଜ୍ କୋର୍ସ’ ଛାତ୍ରଛାତ୍ରୀଙ୍କ ମୌଳିକ ଜ୍ଞାନ ଏବଂ ଶୃଙ୍ଖଳାର ବିକାଶ ନିମନ୍ତେ ବିଶେଷ ଧ୍ୟାନ, ବାତାନୁକୂଳ ପରିବେଶରେ ଶିକ୍ଷାଦାନ ଉପରେ ବିଶେଷ ଧ୍ୟାନ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ସଫଳ ଦିଗ୍‌ଦର୍ଶନ ଜୁପିଟରକୁ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ପରିଣତ କରିପାରିଛି।

ଭବିଷ୍ୟତ ସମ୍ପ୍ରସାରଣ ଯୋଜନା କ’ଣ ରହିଛି?
ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବା ସହିତ ମେଡିକାଲ ଏବଂ ଆଇଆଇଟି ପ୍ରବେଶିକା ନିମନ୍ତେ ଅଗ୍ରଣୀ ପ୍ରତିଷ୍ଠାନର ରୂପ ଦେବା ଏବଂ ଜୁପିଟର ଡିଗ୍ରି କଲେଜକୁ ଏକ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର