ଅଜଣା ଗାଡ଼ି ଧକ୍କାରେ ଝିଙ୍କ ଗୁରୁତର

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଭଅଁରା ସଂରକ୍ଷିତ ଜଙ୍ଗଲ ନିକଟରେ ଆଜି ଭୋର ୫.୪୫ ମିନିଟ ସମୟରେ ତ୍ରିଲୋଚନ ପାତ୍ର ନାମକ ଜଣେ ବ୍ୟକ୍ତି ଝିଙ୍କ କାଠି ଏବଂ ରକ୍ତ ଦେଖିବାକୁ ପାଇଥିଲେ। ସେ ଗୋଟିଏ ଝିଙ୍କ ଗୁରୁତର ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ଗ୍ରାମବାସୀଙ୍କୁ ସୂଚନା ଦେବା ପରେ ଉଦ୍ଧାର କରି ଭଅଁରା ଗ୍ରାମକୁ ଆଣିଥିଲେ ତ୍ରିଲୋଚନ।

ବନବିଭାଗ କର୍ମଚାରୀ ପହଞ୍ଚି ବନମାଳୀପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରି ବିଭାଗକୁ ହସ୍ତାନ୍ତର କରିଛନ୍ତି। ଅଧିକ ଚିକିତ୍ସା ନିମନ୍ତେ ଓୟୁଏଟିକୁ ନିଆଯାଇଥିବା ବନବିଭାଗ ସୂଚନା ଦେଇଛନ୍ତି। ପ୍ରାଣୀଧନ ନିରୀକ୍ଷକଙ୍କ ସୂଚନା ଅନୁସାରେ ଝିଙ୍କର ମେରୁଦଣ୍ଡ ଭାଙ୍ଗିଥିବାର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର