ଜଳପାତ୍ର ଦେଖି ବସା ବାନ୍ଧିଲେ ପକ୍ଷୀ

ଭୁବନେଶ୍ୱର: ରାଜଧାନୀରେ ପକ୍ଷୀଙ୍କ ସୁରକ୍ଷା ନେଇ ଶତାକ୍ଷୀ ମହିଳା ସଂଗଠନ ଏବଂ ୟୁଥ୍‌ ଫର୍‌ ସେବା ପକ୍ଷରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ସଫଳ ହୋଇଥିବା କୁହାଯାଉଛି। ବିଶେଷକରି ଗତ ବିଷୁବ ସଂକ୍ରାନ୍ତିରେ ସଂଗଠନ ପକ୍ଷରୁ ମହିଳାମାନେ ନିଜ ନିଜ ବାଡ଼ି ବଗିଚାରେ ଜଳପାତ୍ର ବାନ୍ଧିବା ପରେ ଏବେ ସେଠାରେ ପକ୍ଷୀମାନେ ବସା କରୁଥିବା ଦେଖାଯାଇଛି। ସଂଗଠନର ସଭାପତି ସବିତା ପୃଷ୍ଟିଙ୍କ ସୂଚନା ଅନୁଯାୟୀ କେ-୪ ଆଲିସାନ୍‌ ଭିଲ୍ଲାରେ ରହୁଥିବା ପ୍ରଣତି ମିଶ୍ର ତାଙ୍କ ବାଡ଼ିରେ ଏକ ଜଳପାତ୍ର ବାନ୍ଧିଥିଲେ। ଫଳରେ ଜଳପାତ୍ର ବନ୍ଧା ହୋଇଥିବା ଗଛର ଆଖପାଖରେ ପ୍ରାୟ ୧୫ଟି ବାଇଚଢ଼େଇ ବସା ଝୁଲୁଥିବା ଦେଖାଯାଇଛି। ରାଜଧାନୀର ଅନ୍ୟ ଅଞ୍ଚଳରେ ଏପରି ଜଳପାତ୍ର ବନ୍ଧାଗଲେ ପକ୍ଷୀମାନେ ଆକର୍ଷିତ ହୋଇପାରନ୍ତେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ସଂଗଠନ ପକ୍ଷରୁ ବିଷୁବ ସଂକ୍ରାନ୍ତିରେ ପ୍ରାୟ ୨୦ଟି ଜଳପାତ୍ର ବନ୍ଧା ଯାଇଥିଲା।

ସମ୍ବନ୍ଧିତ ଖବର