ଭୁବନେଶ୍ୱର: ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି, କଳିଙ୍ଗ ଭାରତୀ ଓ ଉତ୍କଳ ଛାତ୍ର ସାହିତ୍ୟ ସମାଜ ଆନୁକୂଲ୍ୟରେ ଆଜି କବି ବିଚ୍ଛନ୍ଦଚରଣ ପଟ୍ଟନାୟକ ଜୟନ୍ତୀ ଓ ସ୍ମୃତିସଭା ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏକାଡେମିର ଉପସଭାପତି ମନ୍ମଥ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଉମାଶଙ୍କର ମିଶ୍ର ବେଦପାଠ କରିଥିଲେ। ଏଥିରେ ନାଟ୍ୟକାର ଚନ୍ଦ୍ରଶେଖର ନନ୍ଦ ମୁଖ୍ୟ ଅତିଥି, ହରିଶ୍ଚନ୍ଦ୍ର ବେହେରା ମୁଖ୍ୟବକ୍ତା, କଳିଙ୍ଗ ଭାରତୀର ସଭାପତି ଶୈଳେଶ୍ୱର ନନ୍ଦ ଓ ସମାଲୋଚକ ଶରତ ଚନ୍ଦ୍ର ରଥ ସମ୍ମାନିତ ଅତିଥି ଏବଂ ପ୍ରଭାତ କୁମାର ନନ୍ଦ, ଅନୁପମା ମାର୍ଥା ଓ ଅଂଶୁମାନ କର ପ୍ରମୁଖ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସ୍ବର୍ଗତ ପଟ୍ଟନାୟକ ଭଂଜ ସାହିତ୍ୟର ପ୍ରଚାର ପ୍ରସାରରେ ଜଣେ ଅଗ୍ରଦୂତ ଥିଲେ।

Advertisment

ସେ ଓଡ଼ିଶାରେ ରୀତିଯୁଗୀୟ ଧାରାକୁ ଅବ୍ୟାହତ ରଖିବା ସହ ସାଂସ୍କୃତିକ ଆନ୍ଦୋଳନର ଅନ୍ୟତମ ପୁରୋଧା ସାଜିଥିଲେ ବୋଲି ଅତିଥିମାନେ କହିଥିଲେ। ସଭା ଶେଷରେ ବିଶ୍ୱରଞ୍ଜନ ଦାସ ଧନ୍ୟବାଦ ଦେଇଥିଲେ। ସଭାରେ ଗୁରୁ ନାରାୟଣ ରଥ, ଅନସୂୟା ରଥ, ନିରୂପମା ମିଶ୍ର, ସାଗର ରଥ ଓ ସଂଜୀବ ରଥ ପ୍ରମୁଖ କବି ବିଚ୍ଛନ୍ଦ ଚରଣଙ୍କ ଛନ୍ଦ ଗାନ କରିଥିଲେ। କାର୍ଯ୍ୟକ୍ରମରେ କବି ବିଚ୍ଛନ୍ଦ ଚରଣଙ୍କ ସୁପୁତ୍ରୀ ରାଜଲକ୍ଷ୍ମୀ ମହାନ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।