ରବି ରାୟଙ୍କ ଜୟନ୍ତୀ

ବାଲିପାଟଣା: ବାଲିପାଟଣା ଦୁର୍ଗାମାଧବ କଲ୍ୟାଣ ମଣ୍ଡପରେ ଓଡ଼ିଶାର ବିଶିଷ୍ଟ ସାମ୍ୟବାଦୀ ନେତା, ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରବି ରାୟଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ରବି ରାୟ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବ୍ୟଙ୍ଗକବି ସତ୍ୟାନାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁସଚିବ ଲକ୍ଷ୍ମୀଧର ବେହେରା, ଅବସରପ୍ରାପ୍ତ ସେନା ଅଧିକାରୀ ବିପିନ ମହାନ୍ତି ପ୍ରମୁଖ ସ୍ବର୍ଗତ ରାୟଙ୍କ ସ୍ମୃତିଚାରଣ କରିଥିଲେ।

ମନୋରଂଜନ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅନୁସଚିବ ଶ୍ରୀ ବେହେରାଙ୍କୁ ରବି ରାୟ ମେଧା ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିଲା। ସଂପାଦକ ଭଗବାନ ସାହୁ ଅତିଥି ପରିଚୟ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ଅଭିମନ୍ୟୁ ନାୟକ, ସଂଳାପକାର ରଜନୀ ରଞ୍ଜନ ଦାଶ, ବରିଷ୍ଠ ସାମ୍ବାଦିକ ସୁରେଶ ସ୍ବାଇଁ, ଶିକ୍ଷୟିତ୍ରୀ ଝୁନାରାଣୀ ସାହୁ, ଅଧ୍ୟାପକ ମୁରଲୀଧର ସାହୁ, ଲକ୍ଷ୍ମୀପ୍ରିୟା ବେହେରା, ସଞ୍ଜୁଲତା ଦେଇ, ସୁଜାତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର