ଭୁବନେଶ୍ୱର : ପ୍ରତ୍ୟେକ ବ୍ୟକ୍ତିର ଉନ୍ନତି ହେଲେ ସମାଜ ଆଗେଇବ। ସମାଜବାଦ, ପୁଞ୍ଜିବାଦରେ ସମସ୍ତଙ୍କ ନିକଟରେ ବିକାଶ ପହଞ୍ଚିବା ସମ୍ଭବ ନୁହେଁ। ଦେଶର ତଥା ପ୍ରତ୍ୟେକ ନାଗରିକଙ୍କ ବିକାଶ ପାଇଁ ପଣ୍ଡିତ ଦୀନଦୟାଲଙ୍କ ମାନବବାଦ ଦର୍ଶନ ଲୋଡ଼ା। ପଣ୍ଡିତ ଦୀନଦୟାଲଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ ଏପରି ମତପ୍ରକାଶ ପାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ସାଂସ୍କୃତିକ ଅନୁଷ୍ଠାନ ସୁପୁତ୍ରର ମିଳିତ ସହଯୋଗରେ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ହିନ୍ଦୁସ୍ଥାନ ସମାଚାରର ଓଡ଼ିଶା ମୁଖ୍ୟ ସଂଜୟ ଜେନା ଯୋଗ ଦେଇଥିଲେ। ସୁପୁତ୍ରର ନିର୍ଦେଶକ ବଟକୃଷ୍ଣ ମୁଖୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ପଣ୍ଡିତ ଦୀନଦୟାଲଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ସଫଳ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ନୃତ୍ୟ ପ୍ରତିଭା ଅନୁଷ୍ଠାନ ଦ୍ୱାରା ନୃତ୍ୟ ନାଟିକା ପଣ୍ଡିତ ଦୀନଦୟାଲ ପରିବେଷଣ କରାଯାଇଥିଲା। ବିଷ୍ଣୁପଦ ମିଶ୍ରଙ୍କ ରଚିତ ଏହି ନାଟିକାର ସଙ୍ଗୀତ ନିର୍ଦେଶନା ନିମାକାନ୍ତ ରାଉତରାୟ ଓ ନୃତ୍ୟ ନିର୍ଦେଶନା ପ୍ରତିଭା ପଣ୍ଡା ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରଥିଲେ ଇଂ ଶ୍ରୀନିବାସ ଘଟୁଆରୀ।
ଦେଶର ବିକାଶ ପାଇଁ ମାନବବାଦ ଲୋଡ଼ା
ପଣ୍ଡିତ ଦୀନଦୟାଲଙ୍କ ଜନ୍ମ ଶତବାର୍ଷିକୀ ସମାରୋହ
/sambad/media/post_attachments/wp-content/uploads/2017/10/pandit-dinadyal-birth-day.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)