ବିନୋଦ କାନୁନଗୋଙ୍କ ଜୟନ୍ତୀ

ଭୁବନେଶ୍ୱର: ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ପକ୍ଷରୁ ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କ ଜୟନ୍ତୀ ରାଜ୍ୟ ଅଭିଲେଖାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଜେଡି ସାଂସ୍କୃତିକ ସମନ୍ୱୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସାମ୍ମୁଖ୍ୟର ବରିଷ୍ଠ ସଦସ୍ୟ ମିହିର ରଂଜନ ପଟ୍ଟନାୟକ, ପ୍ରଗତି ରଥ, ଲକ୍ଷ୍ମୀଧର ବେହେରା, ସତ୍ୟବ୍ରତ ଜେନା, ମନୋରଞ୍ଜନ ଦାସ, ଅଭିଲେଖାଗାରର ନିର୍ଦ୍ଦେଶକ ମନ୍‌ସୁର ଅଲ୍ଲୀ, ରୁଦ୍ର ନାୟକ, ସୁବ୍ରତ ସାହୁ, ଅଶୋକ କୁମାର ସିଂହ, ଶ୍ରୀକାନ୍ତ ପଟ୍ଟନାୟକ, ପ୍ରାଧ୍ୟାପକ ରଙ୍ଗାଧର ସାହୁ, ନରେନ ସାହୁ, ସୁବ୍ରତ ଭଞ୍ଜ, ସୁଶାନ୍ତ ସାହୁ, ରମେଶ ଚନ୍ଦ୍ର ପାତାଳସିଂହ, ଅଶ୍ୱିନୀ ପଟ୍ଟନାୟକ, ଋଷିକେଶ ଦାସ, ଦିବାକର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ସଂଗୀତ ଗାନ କରିଥିଲେ। ଜୟ ଓଡ଼ିଶାର ସଦସ୍ୟମାନେ ସଭା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର