ଭୁବନେଶ୍ବର: ଓଡ଼ିଶା ରାଜ୍ୟ ସଂଗୀତର ଜନନୀ ‘ବନ୍ଦେ ଉତ୍କଳ ଜନନୀ’ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ଉତ୍କଳ ସମ୍ମିଳନୀ, ମଞ୍ଚେଶ୍ବର ଶାଖା ପକ୍ଷରୁ ଆଜି ସକାଳେ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା ସଭାପତିତ୍ବ କରିଥିବା ବେଳେ ସମ୍ମିଳନୀର ଉପସଭାପତି ଡ. ସୁରେନ୍ଦ୍ର ମୋହନ ମିଶ୍ର ଓ ଶାଖା ଉପସଭାପତି ଶୀତଳ ଚନ୍ଦ୍ର ମହାନ୍ତି ବରପୁତ୍ରଙ୍କ ଗୁଣଗାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଯୁଗ୍ମ ସଂପାଦକ ସିଦ୍ଧାର୍ଥ ଶଙ୍କର ଗଡ଼ନାୟକ, ବାସନ୍ତୀ ତ୍ରିପାଠୀ, ସୁବ୍ରତ ମହାପାତ୍ର, ଅକ୍ଷୟ କୁମାର ଜେଠୀ, ଦୀପ୍ତିମୟୀ ନାୟକ, ଶରତ ଚନ୍ଦ୍ର ସାହୁ ଓ ରାମଚନ୍ଦ୍ର ସାମଲ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/42-5.jpg)