ନବକୃଷ୍ଣ ଚୌଧୁରୀ ବିଧାନସଭାରେ ପାରିତ କରିଥିଲେ ନିଶା ନିବାରଣ ଆଇନ

ଭୁବନେଶ୍ୱର: ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ସଂଗଠନ ପକ୍ଷରୁ ବିଧାନସଭା ସମ୍ମୁଖରେ ଥିବାରେ ସ୍ବର୍ଗତ ଚୌଧୁରୀଙ୍କ ପ୍ରତିମୂତ୍ତିରେ ମା‌ଲ୍ୟାର୍ପଣ କରାଯିବା ସହ ଲୋଏର ପିଏମଜିରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୋନାର ସଭାପତି ପଦ୍ମଚରଣ ନାୟକ କହିଛନ୍ତି ଯେ, ସ୍ବର୍ଗତ ଚୌଧୁରୀ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଇଁ ନେଇଥିବା ଅନେକ ନିର୍ଣ୍ଣୟ ଆଧୁନିକ ଓଡ଼ିଶା ଗଠନରେ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଓଡ଼ିଶାର ବିକାଶରେ ମଦ ଏକ ମୁଖ୍ୟ ବାଧକ ବୋଲି ସେ ବୁଝିଥିଲେ।

ତେଣୁ ସେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ୧୯୫୬ ନିଶା ନିବାରଣ ଆଇନ ବିଧାନସଭାରେ ପାରିତ କରିଥିଲେ। ଯେବେକି ତାଙ୍କ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ମାନେ ଏହାକୁ କାର୍ଯ୍ୟକାରୀ ନକରିବା ଅତି ଦୁର୍ଭାଜ୍ୟଜନକ। ଏହି ଅବସରରେ ବାଣୀ ଦାସ, ବିଜୟ ସ୍ୱାଇଁ, ରମାକାନ୍ତ ମଣ୍ଡଳ, ମଳୟ ତ୍ରପାଠୀ, ଖଗେଶ୍ୱର ବଳ, ନୀଳମଣି ମିଶ୍ର, ଅରୁଣ ସାମନ୍ତରାୟ, କବିତାରାଣୀ ପରିଡ଼ା, ଅପର୍ଣ୍ଣା ନାୟକ, ଶୁଭେନ୍ଦୁ ରାଉତରାୟ, ଅରୁଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ୧୯୫୬ ଓଡ଼ିଶା ନିଶା ନିବାରଣ ଆଇନକୁ ତୁରନ୍ତ ଲାଗୁ କରିବାକୁ ଦ‌ାବି କରିଥିଲେ।

ସମ୍ବନ୍ଧିତ ଖବର