ଭୁବନେଶ୍ୱର: ସ୍ୱର୍ଗତ ଚନ୍ଦ୍ରଶେଖର ରଥ ଜଣେ ଦେଶପ୍ରେମୀ ସହିତ ଜଣେ ଶାସ୍ତ୍ର ପ୍ରେମୀ ମଧ୍ୟ ଥିଲେ। ତାଙ୍କର ଶବ୍ଦ ସଂଯୋଜନା ଖୁବ୍ ଉଚ୍ଚକୋଟିର ଥିଲା। ସେ ଥିଲେ ଶବ୍ଦର ବିନ୍ଧାଣି। ତାଙ୍କ ପାଇଁ ଶବ୍ଦ ହିଁ ବ୍ରହ୍ମ। ଶବ୍ଦକୁ ଗଣିତର ଫର୍ମୁଲା ଭଳି ସେ ବ୍ୟବହାର କରୁଥିଲେ। ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କ ବିୟୋଗରେ ଆଜି ସହିଦନଗରସ୍ଥିତ ବିଷ୍ଣୁ ମନ୍ଦିର ପରିସରରେ ଅନୁଷ୍ଠିତ ‘ଶାନ୍ତିଯଜ୍ଞ ଓ ପ୍ରାର୍ଥନା ସଭା’ରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଏଭଳି ମତ ଦେଇଛନ୍ତି। ଇଂ.ପ୍ରିୟବତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଚନ୍ଦ୍ରଶେଖର ରଥଙ୍କ ଶେଷ ପୁସ୍ତକ ‘ଶୂନ୍ୟାବଶେଷ’ ଲୋକାର୍ପିତ ହୋଇଥିଲା। ସୁବାସ ଚନ୍ଦ୍ର ପାଣି, ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ବାଉରୀବନ୍ଧୁ କର, ଡ. ଅଭିନ୍ନ ଚନ୍ଦ୍ର ସାହୁ, ପୀତବାସ ରାଉତରାୟ ପ୍ରମୁଖ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ବିଶିଷ୍ଟ କବି ରମାକାନ୍ତ ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ରଥଙ୍କ ସାହିତ୍ୟ ରଚନା ଓ କଳାକୃତି ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର, ରାଜେନ୍ଦ୍ର କିଶୋର ପଣ୍ଡା, ପ୍ରବୀଣା ମହାନ୍ତି, ଡ. ଗୌରହରି ଦାସ, ବିଜୟ କୁମାର ଦାସ, ଶଶିଭୂଷଣ ରଥ, ବିଭୁ ଆଚାର୍ଯ୍ୟ, ନିରଦ କୁମାର ମହାନ୍ତି, ବି.ଏନ୍. ପାଢ଼ୀ, ପି.ବି ଆଚାର୍ଯ୍ୟ, ତ୍ରିଲୋଚନ ପାଣିଗ୍ରାହୀ, ଜ୍ଞାନେଶ ମିଶ୍ର ଓ ନିହାରିକା ପାଣିଗ୍ରାହୀ, ଉଷାରାଣୀ ମିଶ୍ର, ନିବେଦିତା ଶତପଥୀ, ମମତା ମିଶ୍ର ଏବଂ ପରିବାର ବର୍ଗ ଯୋଗଦେଇ ସ୍ୱର୍ଗତ ରଥଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଶବ୍ଦର ବିନ୍ଧାଣି ଥିଲେ ଚନ୍ଦ୍ରଶେଖର
ବିଷ୍ଣୁ ମନ୍ଦିରରେ ‘ଶାନ୍ତିଯଜ୍ଞ ଓ ପ୍ରାର୍ଥନା ସଭା’
/sambad/media/post_attachments/wp-content/uploads/2018/02/m1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)