ଭୁବନେଶ୍ୱର: ରବିବାର ଉତ୍କଳ ସାମ୍ବାଦିକ ଭବନରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ପୂର୍ବତନ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ରାଜ୍ୟପାଳ ତଥା ନାଟ୍ୟକାର, ସ୍ତମ୍ଭକାର ବିଶ୍ୱଭୂଷଣ ହରିଚନ୍ଦନଙ୍କ ୯୨ତମ ଜନ୍ମଦିବସ ପାଳିତ ହୋଇଯାଇଛି। ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବରେଣ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାନ୍ଧୀବାଦୀ ସ୍ତମ୍ଭକାର ପ୍ରହଲ୍ଲାଦ ସିଂ, ଭାଷାବିତ୍‌ ଦେବୀପ୍ରସାଦ ପୃଷ୍ଟି, ନାରୀନେତ୍ରୀ ସୀମନ୍ତିନୀ ଜେନା, ପୂର୍ବତନ କର୍ପୋରେଟର୍‌ ରଶ୍ମି ମହାପାତ୍ର ଯୋଗଦେଇଥିଲେ। 

Advertisment

ଅତିଥିମାନେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟଅତିଥି ଶ୍ରୀ ପୂଜାରୀ କହିଲେ ଯେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବାକୁ ଦାବି କରିବା, ନିଜ ଲେଖା ମାଧ୍ୟମରେ ସାଧାରଣ ଜନତାଙ୍କ ସମସ୍ୟାକୁ ପ୍ରକାଶ କରିବା, ସାଲିସବିହୀନ ରାଜନୀତି ପାଇଁ ଶ୍ରୀ ହରିଚନ୍ଦନ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ତାଙ୍କ ବକ୍ତବ୍ୟରେ ବିଶ୍ବଭୂଷଣଙ୍କୁ ‘କଳଙ୍କ ବିହୀନ ସମ୍ରାଟ’ ବୋଲି ଆଖ୍ୟା ଦେଇଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କୁ ପ୍ରଥମ ବିଶ୍ୱ ଭୂଷଣ ହରିଚନ୍ଦନ ପ୍ରତିଭା ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା। ବାପୁ ଓଝା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ବିଜୟ ପରିଡ଼ା, ପ୍ରଦୀପ କୁମାର ବିଶ୍ୱାଳ ଓ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧିବକ୍ତା ସମରେନ୍ଦ୍ର ସାହୁ ଧନ୍ୟବାଦ ଦେଇଥିଲେ।