ଭୁବନେଶ୍ୱର : ୟୁନାଇଟେଡ୍ ଷ୍ଟେଟ୍ସ ଅଫ ଆମେରିକାର ଲସ୍ ଭେଗାସ୍ ସିଟିରେ ଆୟୋଜିତ ଲାୟନ୍ସ କ୍ଲବ ଅଫ ଇଣ୍ଟର୍ନ୍ୟାସନାଲ (ଏଲସିଇ)ରେ ଯୋଗ ଦେଉଛନ୍ତି ଏକମାତ୍ର ଓଡ଼ିଆ ଲାୟନ୍ସ ଗଭର୍ଣ୍ଣର ବିଶ୍ୱନାଥ ମହାନ୍ତି। ଚଳିତ ଜୁନ ୨୬ରୁ ମେ ୪ ପର୍ଯ୍ୟନ୍ତ ହେଟେଲ ‘ଏମ୍ଜେଏମ୍’ରେ ପାଳିତ ହେବାକୁଥିବା ‘ଲାୟନ୍ସ କ୍ଲବ ଅଫ ଇଣ୍ଟର୍ନ୍ୟାସନାଲ୍’ ଫେଷ୍ଟିଭାଲରେ ଲାୟନ୍ସ କ୍ଲବ ଇଣ୍ଟରନ୍ୟାସନାଲ୍, ଭୁବନେଶ୍ୱର ଡିଷ୍ଟ୍ରିକ୍ଟ ୩୨୨ ସି-୪ ପକ୍ଷରୁ ରାଜଧାନୀର ଏକ ତାରକା ହୋଟେଲରେ ଲାୟନ ବିଶ୍ୱନାଥ ମହାନ୍ତିଙ୍କୁ ‘ବନ୍ ଭୟେଜ୍’ କାର୍ଯ୍ୟକ୍ରମରେ କ୍ଲବ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶ୍ୱର ଇଣ୍ଟର୍ନ୍ୟାସନାଲ୍ ଲାୟନ୍ସ କ୍ଲବରୁ ଏହି ଉତ୍ସବରେ ୨୧୦ ଦେଶର ମୋଟ ୭୫୦ ଜଣ ଲାୟନ୍ସ ଯୋଗ ଦେଇଛନ୍ତି। ଏଥିରେ ଭାରତରୁ ୭୧ ଜଣ ଏବଂ ଓଡ଼ିଶାରୁ ଏକମାତ୍ର ଅନ୍ତର୍ଜାତୀୟ ଲାୟନ୍ସ ଭାବେ ବିଶ୍ୱନାଥ ମହାନ୍ତି ଯୋଗ ଦେଇଛନ୍ତି। ଆଜି ଅପରାହ୍ନରେ ବିଶ୍ୱନାଥ ମହାନ୍ତି ଏବଂ ଗଭର୍ଣ୍ଣର ଲାୟନ ରେବତୀ ସ’ଙ୍କୁ ଶତାଧିକ ଲାୟନ୍ସମାନେ ବାଇକ୍ ଶୋଭାଯାତ୍ରାରେ ସ୍ୱାଗତ କରି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଦାୟ ଶୁଭେଚ୍ଛା ଜଣାଇଥିଲେ।
ୟୁଏସ୍ଏ ଏଲ୍ସିଇରେ ଯୋଗଦେଲେ ଓଡ଼ିଆ ଲାୟନ୍ ବିଶ୍ୱନାଥ ମହାନ୍ତି
/sambad/media/post_attachments/wp-content/uploads/2018/06/Lions.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)