ଅବସର ନେଲେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା

ଭୁବନେଶ୍ୱର : ଦୀର୍ଘ ୩୭ ବର୍ଷ ଧରି ଅଧ୍ୟାପନା ଓ ଶିକ୍ଷା ପ୍ରଶାସନ କ୍ଷେତ୍ର‌ରେ କାର୍ଯ୍ୟରତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁପ୍ରଭା ପଟ୍ଟନାୟକ ଆଜି ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ଶିକ୍ଷାବିତ୍ ଓ ମହାବିଦ୍ୟାଳୟର ଭୂଗୋଳ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡ. ନିରଂଜନ ମହାପାତ୍ର ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ୧୯୮୭ ମସିହାରେ ଓଡ଼ିଶା ଶିକ୍ଷା ସେବାରେ ଯୋଗ ଦେଇଥିବା ଡ. ମହାପାତ୍ର ପାରଳାଖେମୁଣ୍ଡି ଓ ଅନୁଗୁଳ ସରକାରୀ ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ ଏବଂ ସାମନ୍ତ ଚନ୍ଦ୍ରଶେଖରପୁର ମହାବିଦ୍ୟାଳୟ‌ରେ ଅଧ୍ୟାପନା କରିଛନ୍ତି। ବିଦାୟୀ ଅଧ୍ୟକ୍ଷା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ନୂତନ ଅଧ୍ୟକ୍ଷ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ସମ୍ବନ୍ଧିତ ଖବର