ବିଜେବି ଫ୍ରେଣ୍ଡ୍‌ସର ବାର୍ଷିକ ସମ୍ମିଳନୀ

ଭୁବନେଶ୍ବର: ବି‌ଜେବି କଲେଜର ପୁରାତନ ଛାତ୍ର ସଂଘ ବି‌ଜେବି ଫ୍ରେଣ୍ଡ୍‌ସର ୨୬ତମ ବାର୍ଷିକ ସମ୍ମିଳନୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ‌ିଜେବିୟାନମାନଙ୍କ ଦ୍ବାରା ଖୋର୍ଦ୍ଧାଗଡ଼ ନିକଟ ବରୁଣେଇ ପାହାଡ଼ରୁ ବକ୍ସି ଜ୍ୟୋତିକୁ ଏକ ଗଣଦୌଡ଼ରେ ମହାବିଦ୍ୟାଳୟ ପରିସରକୁ ଅଣାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଜେବି ଫ୍ରେଣ୍ଡ୍‌ସର କାର୍ଯ୍ୟକାରୀ ସଭାପତି ଦେବାଶିଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆର୍‌ବିଆଇର ଡେପୁଟି ଗଭର୍ଣ୍ଣର ବିଭୁପ୍ରସାଦ କାନୁନ୍‌ଗୋ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ତଥା ବିଜେବି କଲେଜ ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି ପ୍ରାରମ୍ଭିକ ଭାଷଣ ‌ଦେଇଥିବା ବେଳେ ସମ୍ପାଦକ ସତ୍ୟବ୍ରତ ଧୂପାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ସଂଘର ଉପସଭାପତି ରାଜକିଶୋର ଚୌଧୁରୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଶର୍ମିଲୀ କଅଁରଙ୍କୁ ଖଣ୍ଡପଡ଼ା ରନିଂ ଟ୍ରଫି ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ଉପଦେଷ୍ଟା ଡାକ୍ତର ଜଗନ୍ନାଥ ମହାପାତ୍ର ଓ ବିଭୁପ୍ରସାଦ କାନୁନ୍‌ଗୋଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଉପଦେଷ୍ଟା ଅଶୋକ ମହାନ୍ତି, ତପନ ପଟ୍ଟନାୟକ, ଶ୍ୟାମସୁନ୍ଦର ପଟ୍ଟନାୟକ, ବିଶ୍ବନାଥ ମହାନ୍ତି, ବିକ୍ରମ ସିଂହଦେଓ, ବିକ୍ରମ ଦାସ, କେଦାର ପଟ୍ଟନାୟକ, ଚିତ୍ରା କାନୁନ୍‌ଗୋ, ଜୟଶ୍ରୀ ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର