ଭୁବନେଶ୍ୱର : ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲ୍ମେଟ୍ରେ ବାଇକ୍ ଶୋଭାଯାତ୍ରା କରି ବିଜେଡି କର୍ମୀ ହଟହଟା ହେବା ସହ ଜରିମାନା ଭରିବା ଚର୍ଚ୍ଚା ନ ଥମୁଣୁ ଆଜି ପୁଣି ଥରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି। ୧୨ ଦଫା ଦାବି ନେଇ ଆଜି ଟ୍ରେଡ୍ ୟୁନିୟନ ପକ୍ଷରୁ ହୋଇଥିବା ଭାରତ ବନ୍ଦ ପାଳନ ବେଳେ ରାଜଧାନୀରେ ବିଭିନ୍ନ ସଂଗଠନର କର୍ମୀ ବିନା ହେଲମେଟ୍ରେ ବାଇକ୍ ଶୋଭାଯାତ୍ରା କରୁଥିବା ପରିଲକ୍ଷିତ ହୋଇଛି। କେବଳ ବିନା ହେଲ୍ମେଟ୍ ନୁହେଁ, ବରଂ ବାଇକ୍ରେ ୩ ଜଣ ବସି ମୋଟର ଯାନ ଆଇନ ଉଲ୍ଲଂଘନ କରିଛନ୍ତି। ଏହାକୁ କମିସନରେଟ୍ ପୁଲିସ ଗୁରୁତ୍ବର ସହ ନେଇଛି। ବାଇକ୍ରେ ୩ଜଣ ବସିବା ଓ ବିନା ହେଲ୍ମେଟ୍ରେ ବାଇକ୍ ଚଲାଇବା ପାଇଁ ଜରିମାନା ଆଦାୟ ହେବ। ଏଥିପାଇଁ ଆଇନ ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇଛି। ଯେଉଁମାନେ ସ୍ବତଃପ୍ରବୃତ୍ତ ଭାବରେ ଆସି ଜରିମାନା ଜମା କରିବେ ଭଲ କଥା, ନଚେତ୍ ଘରକୁ ଚାଲାଣ ଯିବ ବୋଲି କହିଛନ୍ତି ଟ୍ରାଫିକ୍ ଡିସିପି ସାଗରିକା ନାଥ। ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରାଯିବା ସହ କିଏ କେଉଁ ଆଇନ ଉଲ୍ଲଂଘନ କରିଛି ତାହା ଦେଖାଯାଉଛି ବୋଲି ସେ କହିଛନ୍ତି।
ବିନା ହେଲ୍ମେଟ୍ରେ ପୁଣି ବାଇକ୍ ଶୋଭାଯାତ୍ରା
କାହାକୁ ଛଡ଼ା ଯିବନି: ଟ୍ରାଫିକ୍ ଡିସିପି
/sambad/media/post_attachments/wp-content/uploads/2020/01/BJD_men_challaned.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)