ତିନି ପଞ୍ଚାୟତରେ ବାଇକ୍‌ ରାଲି

ଖଣ୍ଡଗିରି : ଆଜି ଯାଁଳା, ଗଙ୍ଗପଡ଼ା ଓ ଅଙ୍ଗାରପଡ଼ା ଏମିତି ୩ଟି ପଞ୍ଚାୟତରେ ବିଜେଡ଼ି ଏକ ବାଇକ୍‌ ରାଲି ଜରିଆରେ ପ୍ରଚାରକୁ ଜୋର୍ କରିଛି। ବିଧାୟକ ପ୍ରାର୍ଥୀ ବିଭୂତି ବଳବନ୍ତରାୟ ଏହି ତିନି ପଞ୍ଚାୟତର ସମସ୍ତ ଗାଁ ବୁଲି ବୁଲି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ନିଜ ପାଇଁ ଭୋଟ୍ ମାଗିଛନ୍ତି। ଅଙ୍ଗାରପଡ଼ା ପଞ୍ଚାୟତରୁ ଆରମ୍ଭ ହୋଇଥିବା ଏହି ପ୍ରଚାର କାର୍ଯ୍ୟକ୍ରମ ମହୁଲ, ମାଜେଣା, ମିନିଚିନ୍‌ ପାଟଣା, ଅଙ୍ଗାରପଡ଼ା, ମଧୁପୁର, ପାଣିଓରା, ପଳାସପୁର ଆଦି ଗାଁରେ ପହଞ୍ଚିଥିଲା। ପରେ ଗଙ୍ଗପଡ଼ା ପଞ୍ଚାୟତର ପିତାପଲ୍ଲୀ, ଗ‌ମେଇ, ଗ୍ରାମଡିହ, ଭାତଖୁରୀ ଓ ଗଙ୍ଗପଡ଼ା ଆଦି ଗାଁ ପରିକ୍ରମା କରାଯାଇଥିଲା। ଶେଷରେ ଯାଁଳା ପଞ୍ଚାୟତର ରାଧାଚରଣପୁର, ଓଗାଳପଡ଼ା, ଗୋପାଳପୁର, ମୁଣ୍ଡମୁହାଁଣ ଓ ଯାଁଳା ଆଦି ଗାଁ‌ରେ ବିଭୂତି କର୍ମୀମାନଙ୍କ ସହ ବୁଲିଥିଲେ। ଯାଁଳାରେ ସମିତି ସଭ୍ୟ ନାଭିଦୈତ୍ୟ ମଙ୍ଗରାଜ, ଯୁବ ବିଜେଡ଼ି ଉପସଭାପତି ତ୍ରୖଲୋକ ପ୍ରସାଦ ଦାସ ଓ ଖୋର୍ଧା ଜିଲ୍ଲା ଉପସଭାପତି ପ୍ରଦୀପ ପଟ୍ଟନାୟକ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର