ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନଂ.୫୭ରେ ବିଜେଡି ପ୍ରାର୍ଥୀଙ୍କ ମାରାଥନ୍ ପ୍ରଚାର

ଵାର୍ଡବାସୀଙ୍କୁ ମୌଳିକ ସୁବିଧା ଦେବାକୁ ପ୍ରତିଶ୍ରୁତି

ଭୁବନେଶ୍ବର: ବିଏମ୍‌ସି ନିର୍ବାଚନକୁ ଆଉ ମାତ୍ର ୯ ଦିନ ଥିଲା ବେଳେ ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ତ୍ବରାନ୍ବିତ କରିଛନ୍ତି। ୫୭ ନମ୍ବର ୱାର୍ଡର ବିଜେଡି ପ୍ରାର୍ଥୀ ଯୁବ ନେତା ସନ୍ତୋଷ ସିଂହ ୱାର୍ଡର ଗଳିକନ୍ଦିରେ ମାରାଥନ୍ ପ୍ରଚାର ଚଳାଇଛନ୍ତି। ୱାର୍ଡବାସୀଙ୍କୁ ମୌଳିକ ସୁବିଧା ଦେବା ମୂଳ ଲକ୍ଷ୍ୟ। ନିର୍ବାଚନରେ ବିଜୟୀ ହେଲେ ୨୪ ଘଣ୍ଟିଆ ପିଇବା ପାଣି, କମ୍ୟୁନିଟି ସେଣ୍ଟର, ଖେଳ ପଡ଼ିଆ ଓ ବର୍ଷାଜଳ ନିଷ୍କାସନକୁ ସେ ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି ସନ୍ତୋଷ ଲୋକଙ୍କୁ ପ୍ରତିଶ୍ରୁତି ଦେଉଥିବା ଦେଖିବାକୁ ମିଳୁଛି।

ଯେହେତୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସହ ଲଗାତାର ଭାବେ ସୁଖଦୁଃଖରେ ରହିଆସିଛନ୍ତି, ତେଣୁ ଲୋକ ତାଙ୍କ ଉପରେ ବିଶ୍ବାସ ସ୍ଥାପନ କରିବେ ବୋଲି ସେ କହିଛନ୍ତି। ଗତକାଲି ସକାଳେ ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ପ୍ରାର୍ଥୀ ସୁଲୋଚନା ଦାସଙ୍କ ସହ ମିଶି ବଡ଼ଗଡ଼ ବ୍ରିଟ୍ କଲୋନିସ୍ଥିତ ବିଡିଏ ପାର୍କରେ ଶ୍ରୀ ସିଂହ ପ୍ରଚାର କରିଥିଲେ। ବ୍ରିଟ୍ କଲୋନି ସମେତ, ତାରିଣୀ ବସ୍ତି, ପାଣ୍ଡବ ନଗର, କୋର୍ଟ କଲୋନି ଆଦି ଅଞ୍ଚଳରେ ସେ ତାଙ୍କ ପ୍ରଚାର ଅଭିଯାନକୁ ଜୋର୍‌ଦାର କରିଛନ୍ତି।

ସମ୍ବନ୍ଧିତ ଖବର