ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ଯୁବ ବିଜେଡିର ନବନିଯୁକ୍ତ କର୍ମକର୍ତ୍ତାମାନେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଜିଲ୍ଲା ସଭାପତି ଅମରଜିତ ସେନାପତିଙ୍କ ନେତୃତ୍ୱରେ ଯାଇଥିବା ଏହି କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲାର ଯୁବପିଢ଼ିଙ୍କୁ ବିଜେଡି ପ୍ରତି ଆକର୍ଷିତ କରାଯାଇ ପାରିଛି ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱରର ଦୁଇ ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର, ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ ଓ ରାଜ୍ୟ ଉପଦେଷ୍ଟା ସୁନିଲ ପ୍ରଧାନ ଉପସ୍ଥିତ ଥିଲେ। ଏହି ଅବସରରେ ବିଜେପିର କିଛି ଯୁବ ନେତା ବିଜେଡିରେ ସାମିଲ୍ ହୋଇଥିଲେ ଜିଲ୍ଲା ସଭାପତି ଶ୍ରୀ ସେନାପତି ସୂଚନା ଦେଇଛନ୍ତି।
ଜିଲ୍ଲା ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
/sambad/media/post_attachments/wp-content/uploads/2018/01/BJD-YOUTH.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)