ଚନ୍ଦ୍ରଶେଖରପୁର : ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଚାଲିଥିବା ବିଜେଡିର ଜନସମ୍ପର୍କ ପଦଯାତ୍ରା ବୁଧବାର ଚନ୍ଦ୍ରଶେଖରପୁର ୱାର୍ଡ ନଂ ୮ରେ ଅନୁଷ୍ଠିତ ହୋଇଥିଲା। ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଓ ପୂର୍ବତନ କର୍ପୋରେଟର୍ ମୋନାଲିସା ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପଦଯାତ୍ରା ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପଠାରୁ ବାହାରି ହାଉସିଂବୋର୍ଡ କଲୋନି, ମୁଣ୍ଡାସାହି ବସ୍ତି ଆଦି ପରିକ୍ରମା କରି ହାଟସାହି ବସ୍ତିରେ ପହଞ୍ଚିଥିଲା। ସେଠାରେ ଭୁବନେଶ୍ବର ଜିଲ୍ଲା ସଭାପତି ଅମରେଶ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜେଡି ନେତା ଅରୂପ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ସୁବାସ ପାତ୍ର, ରାଜ୍ୟ ସମ୍ପାଦକ ଦୁର୍ଗା ସାମନ୍ତରାୟ, ଯୁବ ସଭାପତି ଅମରଜିତ୍ ସେନାପତି, ମହିଳା ସଭାପତି ଭାରତୀ ସିଂ, ମନୋଜ ସାହୁ, ମିହିର ରାଉତ ପ୍ରମୁଖ ସାମିଲ ହୋଇଥିଲେ। ଏଥିରେ ବିଜେଡି ଯୁବ, ମହିଳା ଓ ଛାତ୍ର ସଙ୍ଗଠନର ସଦସ୍ୟମାନେ ସାମିଲ ହୋଇଥିଲେ। ବିଧାୟକ ଶ୍ରୀ ରାଉତ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ‘୫-ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତେ ଅବଗତ ହେବା ଦରକାର। ସରକାରଙ୍କ ଜନହିତକର ଯୋଜନାଗୁଡ଼ିକ କିପରି ଘରେ ଘରେ ପହଞ୍ଚିବ, ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ଆବଶ୍ୟକ। ଝିପିଝିପି ବର୍ଷା ସତ୍ତ୍ବେ ବହୁ ସଂଖ୍ୟାରେ ବିଜେଡି କର୍ମୀ ପଦଯାତ୍ରାରେ ସାମିଲ ହୋଇଥିବାରୁ ସାଧୁବାଦ ଜଣାଇଥିଲେ। ପଦଯାତ୍ରା ଅବସରରେ ଶଙ୍ଖ ଓ ଆଦିବାସୀ ନୃତ୍ୟ ପରିବେଷିତ ହୋଇଥିଲା।
ଚନ୍ଦ୍ରଶେଖରପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
/sambad/media/post_attachments/wp-content/uploads/2019/10/bjd.jpg-janasampark.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)