ଭୁବନେଶ୍ବର: ୟୁନିଟ୍-୬ରେ ବିଜୁ ଜନତା ଦଳର ନୂଆ ରାଜ୍ୟ କାର୍ଯ୍ୟାଳୟ ୨୩ ତାରିଖ ଅକ୍ଷୟ ତୃତୀୟାରେ ଖୋଲିବ। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ଏହି ଅତ୍ୟାଧୁନିକ କାର୍ଯ୍ୟାଳୟରେ ଦଳର ସବୁ ଛାମୁଆ ସଂଗଠନର ପ୍ରକୋଷ୍ଠ ରହିବ। ଦଳର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ସମ୍ମିଳନୀ କକ୍ଷ ମଧ୍ୟ ପ୍ରତିଷ୍ଠା କରାଯାଇଛି।
୪ ମହଲା ବିଶିଷ୍ଟ ଏହି କୋଠା ନିର୍ମାଣ ଶୈଳୀରେ ଓଡ଼ିଶାର ପାରମ୍ପରିକ ଛାପ ଦିଆଯିବା ସହ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ବି କରାଯାଇଛି। ଉଦ୍ଘାଟନ ଦିନ ସବୁ ବରିଷ୍ଠ ନେତା, ମନ୍ତ୍ରୀ, ବିଧାୟକ ଉପସ୍ଥିତ ରହିବେ। ୨୦୨୧ ରଥଯାତ୍ରାରେ ଦିନ ଏହି ନୂଆ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଦୁଇ ବର୍ଷରୁ କମ୍ ସମୟ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।