ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ

ଉତ୍ତର ନିର୍ବାଚନମଣ୍ଡଳୀର ୭ ଓ୍ଵାର୍ଡରେ ଉପନିର୍ବାଚନ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାଞ୍ଚ ପଞ୍ଚାୟତର ୭ଟି ଓ୍ଵାର୍ଡରେ ଉପନିର୍ବାଚନ ଶେଷ ହୋଇଛି। ଏଥିରେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନେ ହେଲେ ବରିମୁଣ୍ଡ ପଞ୍ଚାୟତର ଓ୍ଵାର୍ଡ ନଂ-୨ରେ ବିଜୟ ସ୍ୱାଇଁ, କଲ୍ୟାଣପୁର ପଞ୍ଚାୟତର ଓ୍ଵାର୍ଡ ନଂ-୩ରେ ପ୍ରଫୁଲ୍ଲ ମହାନ୍ତି, କଳାରାହାଙ୍ଗ ପଞ୍ଚାୟତର ଓ୍ଵାର୍ଡ ନଂ-୧ ଓ ୧୦ରେ ନବୀନ ଦାସ ଓ ବାଳକୃଷ୍ଣ ସ୍ୱାଇଁ, ରଘୁନାଥପୁର ପଞ୍ଚାୟତର ଓ୍ଵାର୍ଡ ନଂ-୧୧ରେ ବିଷ୍ଣୁଚରଣ ରାଉତ ଓ ଦାଢ଼ା ପଞ୍ଚାୟତର ଓ୍ଵାର୍ଡ ନଂ-୩ରେ ଝରଣା ବେଉରା। ଏହି ସମସ୍ତ ନବନିର୍ବାଚିତ ଓ୍ଵାର୍ଡମେମ୍ବରମାନେ ବିଜେଡି ସମର୍ଥିତ ଥିଲେ ବୋଲି ସ୍ଥାନୀୟ ବିଧାୟକ ପ୍ରିୟଦର୍ଶୀ ମିଶ୍ର ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶିଷ ନାୟକ ଏ ନେଇ ସୂଚନା ଦେବା ସହ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ବିଧାୟକ ଶ୍ରୀ ମିଶ୍ରଙ୍କ ନେତୃତ୍ୱ ପ୍ରତି ଆସ୍ଥାପ୍ରକଟ କରି ଦଳ ପାଇଁ ନିଷ୍ଠାପର ଭାବେ କାମ କରିବେ ବୋଲି ନବନିର୍ବାଚିତ ଓ୍ଵାର୍ଡମେମ୍ବରମାନେ କହିଥିଲେ।

ସମ୍ବନ୍ଧିତ ଖବର