ଚନ୍ଦ୍ରଶେଖରପୁର : ସକାଳୁ ସକାଳୁ ପାର୍କରେ ପହଞ୍ଚିଯାଇଥିଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ। ସାଙ୍ଗରେ ଥିଲେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ। ସ୍ଥାନୀୟ ବିଜେଡି କର୍ପୋରେଟର ପ୍ରାର୍ଥୀମାନେ ବି ରହିଥିଲେ। ଭୋଟରଙ୍କୁ ଭେଟି ଭଲ ମନ୍ଦ ବୁଝିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଏକାମ୍ର କାନନ ସମେତ ଗାନ୍ଧୀ ପାର୍କ ବୁଲିଥିଲେ। ଏହାପରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରଠାରେ ଥିବା ଏକ ଓମ୍ଫେଡ୍ ବୁଥ୍ ନିକଟ ଖଟିରେ ପହଞ୍ଚିଯାଇଥିଲେ ବିଜେଡି ପ୍ରାର୍ଥୀ। ବିଧାୟକ ଓ ମେୟର ପ୍ରାର୍ଥୀଙ୍କ ସମେତ ବିଜେଡି କର୍ପୋରେଟର ପ୍ରାର୍ଥୀ ଜୟନ୍ତୀ ସାହୁ, ପ୍ରେମାନନ୍ଦ ଜେନା, ରାଜଲକ୍ଷ୍ମୀ ବେହେରା, ମୋନାଲିସା ସାହୁ, ସୁଧାଂଶୁ ଶେଖର ପଟ୍ଟନାୟକ, ଲାଲ ମୋହନ ଟୁଡୁ ଓ ମାନସୀ ସୁନ୍ଦରରାୟ ପ୍ରମୁଖ ସାମିଲ ହୋଇ ନିର୍ବାଚନୀ ପ୍ରଚାର କରିଥିଲେ।
ଚନ୍ଦ୍ରଶେଖରପୁର: ଚା’ ଖଟିରେ ବିଜେଡି ଟିମ୍
/sambad/media/post_attachments/wp-content/uploads/2022/03/keshab.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)