ଭୁବନେଶ୍ବର: ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ୫୨ ନମ୍ବର ୱାର୍ଡର ଗଙ୍ଗନଗର ପଲ୍ଲୀରେ ବିଜୁ ମହିଳା ଜନତା ଦଳର ଏକ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ଓ ଡେପୁଟି ମେୟର କେ ଶାନ୍ତି ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ସମ୍ପର୍କରେ କହିଥିଲେ। ମହିଳାମାନଙ୍କ ପାଇଁ ସରକାର ନେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର, ପ୍ରସାର ଉପରେ ସେମାନେ ଗୁରୁତ୍ବାରୋପ କରିଥିଲେ। ବିଜୁ ମହିଳା ଜନତା ଦଳର ଭୁବନେଶ୍ବର ଜିଲ୍ଲା ସଭାନେତ୍ରୀ ଭାରତୀ ସିଂହ ଓ ଏକାମ୍ର ନିର୍ବାଚନମଣ୍ଡଳୀ ସଭାନେତ୍ରୀ ମହାମାୟା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିେଲ। ଏଥିରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ।
ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡିର ମହିଳା ସମାବେଶ
/sambad/media/post_attachments/wp-content/uploads/2018/10/ekamra-bjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)