ବିଜେଡି ଜିଲ୍ଲା ସଭାପତି ଅମରେଶ ଜେନାଙ୍କ କାର୍ଯ୍ୟାଳୟକୁ ଉପରକୁ ବୋମାମାଡ଼ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଗତକାଲି ଓ ଆଜି ସକାଳୁ ପୁଲିସ ଅମରେଶଙ୍କ କାର୍ଯ୍ୟାଳୟକୁ ଯାଇ ତନାଘନା କରିଛି। ଆଜି ଘଟଣାସ୍ଥଳକୁ ମଧ୍ୟ ସାଇଣ୍ଟିଫିକ୍ ଟିମ ଯାଇଥିଲା। ପୁଲିସ ଘଟଣାସ୍ଥଳରୁ ସୂତୁଲି, ଲୁହାକଣ୍ଟା ଓ କାଚଗୁଣ୍ଡ ଆଦି ଜବତ କରିଛି। ସେହିପରି ଘଟଣାସ୍ଥଳ ଓ ଆଖାପାଖରେ ଲାଗିଥିବା ସିସି କ୍ୟାମେରା ମଧ୍ୟ ଯାଞ୍ଚ ଆରମ୍ଭ କରିଛି। ଏପରିକି ଅଭିଯୁକ୍ତମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ଖୁବ୍ ଶୀଘ୍ର ସେମାନେ ଗିରଫ ହେବେ ବୋଲି ଜୋନାଲ ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରି ଅମରେଶଙ୍କ ସମର୍ଥକମାନେ ଥାନା ଘେରାଉ କରିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ପୁଲିସ କାଳ ବିଳମ୍ବ କଲେ ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ଭାବରେ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି। ଆଜି ମଧ୍ୟାହ୍ନରେ ରାଜୀବ ଚମ୍ପତ୍ତିଙ୍କ ନେତୃତ୍ବରେ ରାଜେନ୍ଦ୍ର ମଳ୍ଲିକ, ଦେବେନ୍ଦ୍ର ଭୋଳ ଜ୍ୟୋତିଶଙ୍କର ମହାନ୍ତି, ଗୌରବ ସିଂହ, ଦୀପକ କୁମାର ଜେନା, ବିନୋଦ ମାଝୀ, ଶ୍ରୀହରି ସାମନ୍ତରାୟ ପ୍ରମୁଖଙ୍କ ସମେତ ଶତାଧିକ ସମର୍ଥକ ଓ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀସାଗର ଥାନା ଘେରାଉ କରିବା ସହ ଆଇଆଇସି ଦୟାନିଧା ନାୟକଙ୍କୁ ଭେଟି ଅଭିଯୁକ୍ତର ଗିରଫ ଦାବି କରିଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରା ନ ଗଲେ କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିବେ ବୋଲି ଅମରେଶ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତକାଲି ବିଳମ୍ବିତ ରାତ୍ରିରେ ଅମରେଶ ଜେନାଙ୍କର ଚିନ୍ତାମଣିଶ୍ବରସ୍ଥିତ କାର୍ଯ୍ୟାଳୟ ଉପରକୁ ବୋମାମାଡ଼ ହୋଇଥିଲା। ଭିତରେ ନେତାମାନେ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ବାଇକ୍ରେ ଆସି ବୋମାମାଡ଼ କରିଥିଲେ। ଏଥିରେ ଜଣେ ବିଜେଡି କର୍ମୀ ଆହତ ହୋଇଥିଲେ। ଖବର ପାଇ ଅମରେଶ ଜେନା, ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ।
ବିଜେଡି ଜିଲ୍ଲା ସଭାପତିଙ୍କ କାର୍ଯ୍ୟାଳୟକୁ ବୋମାମାଡ଼ ମାମଲା : ପୁଲିସର ଛାନଭିନ୍, ସମର୍ଥକ ଘେରିଲେ ଥାନା
/sambad/media/post_attachments/wp-content/uploads/2019/04/m9-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)