ବିଏମ୍‌ସି ନିର୍ବାଚନ ପାଇଁ ଏକାମ୍ରରେ ବିଜେଡିର ରୋଡ୍ ସୋ’

ୱାର୍ଡ ନମ୍ବର ୯ରେ ସିପିଆଇର ପ୍ରଚାର, ୬୭ ନମ୍ବର ୱାର୍ଡରେ ବିଜେଡି କର୍ପୋରେଟ ପ୍ରାର୍ଥିନୀ ମିଲନ ଦେବୀଙ୍କ ପ୍ରଚାର

ଭୁବନେଶ୍ବର : ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତିକି ଜମିଯାଇଛି। ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ବିଜେଡି ଆଜି ଶକ୍ତି ପ୍ରଦର୍ଶନ କରିଛି। ରବିବାର ସକାଳୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ବିଜେଡିର ରୋଡ୍ ସୋ’ ପୁନାମା ଗେଟ୍ ପାଖରୁ ଆରମ୍ଭ ହୋଇଥିଲା। ଏହା ପରେ ବଢେଇବାଙ୍କ ଛକ, ମାଉସୀ ମା’ ଛକ, ଶିଶୁଭବନ ଛକ, ନ୍ୟୁ ଫରେଷ୍ଟ ପାର୍କ ଅଞ୍ଚଳ, ପଳାସପଲ୍ଲୀ, ଭୀମପୁର, ଗଙ୍ଗନଗର, ଫାର୍ମ ଗେଟ୍, ସିରିପୁର, ଡେଲ୍ଟା ଛକ, କୃଷି ବିହାର ଆଦି ଅଞ୍ଚଳ ପରିକ୍ରମା କରିଥିଲେ। ବହୁ ସଂଖ୍ୟାରେ ନେତା ଓ କର୍ମୀ ଏହି ରୋଡ୍ ସୋ’ରେ ସାମିଲ୍ ହୋଇଥିଲେ। ଭଗବାନପୁର ଓ ପାତ୍ରପଡ଼ାରେ ମଧ୍ୟ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ବିଜେଡିର ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କ ସହ କର୍ପୋରେଟର୍ ପ୍ରାର୍ଥୀ ଶିବପ୍ରସାଦ ବେହେରା, ମହାମାୟା ସ୍ବାଇଁ, ଶ୍ରୀଧର ବେହେରା, ବିଜୟିନୀ ଜେନା, ତନୁଜା ପ୍ରୀତିଛନ୍ଦା ବିଶ୍ବଳ ଓ ରାଜେଶ ପାତ୍ରଙ୍କୁ ଭୋଟ୍ ଦେବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ନିବେଦନ କରିଥିଲେ। ବିଜେଡି ପର୍ଯ୍ୟବେକ୍ଷକ ଅମର ଶତପଥୀ ଓ ରାସେଶ୍ବରୀ ପାଣିଗ୍ରାହୀ ମଧ୍ୟ ଏହି ରୋଡ୍ ସୋ’ରେ ସାମିଲ ହୋଇଥିଲେ।

ୱାର୍ଡ ନମ୍ବର ୯ରେ ସିପିଆଇର ପ୍ରଚାର

ଭୁବନେଶ୍ବର : ୯ ନମ୍ବର ୱାର୍ଡରେ ଆଜି ସିପିଆଇ କର୍ପୋରେଟର ପ୍ରାର୍ଥିନୀ ପାର୍ବତୀ ବାରିକ ଏକ ବାଇକ ଶୋଭାଯାତ୍ରାରେ ପ୍ରଚାର କରିଛନ୍ତି। ପୂର୍ବାହ୍ନରେ ଏହି ଶୋଭାଯାତ୍ରା କେଳୁଚରଣ ପାର୍କରୁ ବାହାରି ଗାଡ଼କଣ, ରଙ୍ଗାମାଟିଆ, ରାଜୀବ ଆବାସ କଲୋନି, ଝରଣା ବସ୍ତି, ଅରବିନ୍ଦ ନଗର ବସ୍ତି, କାଞ୍ଚନ ଆପାର୍ଟମେଣ୍ଟ ଓ କଲ୍ୟାଣୀ ବସ୍ତି ପରିକ୍ରମା କରିଥିଲା। ଖୋଲା ଜିପ୍‌ରେ ପାର୍ବତୀଙ୍କ ସହ ଭୁବନେଶ୍ବର ଜୋନ୍‌ ସମ୍ପାଦକ ସୁର ଜେନା, ଖୋର୍ଦ୍ଧା ଜିଲ୍ଲା ସହ ସମ୍ପାଦକ ସତୀଶ ମିଶ୍ର, ଦେବାଶିଷ ପରିଜା, ବଳରାମ ଜେନା, ଶଙ୍କର ବାରିକ, ବିଜୟ ବାରିକ ପ୍ରମୁଖ ପାର୍ବତୀଙ୍କୁ ଦା’ଧାନକେଣ୍ଡା ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ରଣଜିତ କୁମାର ଦାସ, ଅମରଜିତ ରାୟ ସାମନ୍ତ, ସୌମେନ୍ଦ୍ର ଜେନା, ଧନେଶ୍ବର ସାହୁ, ସବିତା ପରିଡ଼ା, କେଲୁଣି ସାହୁ, ପୁଷ୍ପଲତା ନାୟକ ଓ ସବିତା ଲେଙ୍କା ପ୍ରମୁଖ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ।

୬୭ ନମ୍ବର ୱାର୍ଡରେ ବିଜେଡି କର୍ପୋରେଟ ପ୍ରାର୍ଥିନୀ ମିଲନ ଦେବୀଙ୍କ ପ୍ରଚାର
ଭୁବନେଶ୍ୱର : ୬୭ ନମ୍ବର ୱାର୍ଡର ବିଜେଡି କର୍ପୋରେଟ ପ୍ରାର୍ଥିନୀ ମିଲନ ଦେବୀ ଆଜି ସୁନ୍ଦରପଦା, କପିଳପ୍ରସାଦ, ଆଜାଦ ନଗର, ଅଭିରାମ ବସ୍ତି, ଯୋଗେଶ୍ୱର ପାଟଣା, ଏୟାରଫିଲ୍ଡ ଥାନା ଅଞ୍ଚଳରେ ବୁଲି ପ୍ରଚାର କରିଥିଲେ। ତାଙ୍କୁ ଓ ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ, ୱାର୍ଡରେ ହୋଇଥିବା କାମ ସମ୍ପର୍କରେ ଲୋକଙ୍କୁ କହିଥିଲେ। ଏହି ପ୍ରଚାର ସମୟରେ ୬୭ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ନନ୍ଦଙ୍କ ସହ ବହୁ ଯୁବକ, ମହିଳା ଓ ମୁରବି ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର